ଶ୍ରୀନଗର:ଜମ୍ମୁ ଓ କଶ୍ମୀରର କୁପୱାରା ଜିଲ୍ଲାରେ ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କଲେ ଯବାନ । ସୋମବାର ସକାଳେ କୁପୱାରାର ଅରମପୋରାରେ ଆଇଡି ଚିହ୍ନଟ କରିବା ସହ ତାକୁ ନିଷ୍କ୍ରିୟ କରିଥିଲେ ।
ଏହି ଆଇଡିଟି ଆତଙ୍କବାଦୀଙ୍କ ଦ୍ବାରା ଯୋଜନାବଦ୍ଧ ଭାବେ ରଖାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଆଇଡି ଚିହ୍ନଟ ପରେ ବୋମା ନିଷ୍କ୍ରିୟ ସ୍କ୍ବାର୍ଡକୁ ଡକାଯାଇ ଏହାକୁ ନିଷ୍କ୍ରିୟ କରାଯାଇଛି ।
ନିଷ୍କ୍ରିୟ ସମୟରେ ରାସ୍ତାକୁ ବନ୍ଦ କରାଯାଇଥିଲା । ଫଳରେ ଆଇଡିକୁ ନିଷ୍କ୍ରିୟ କରିବାରେ ସେନାକୁ ସଫଳ ମିଳିଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଏହି ଆଇଡିକୁ ନିଷ୍କ୍ରିୟ କରିବା ଫଳରେ ଏକ ବଡଧରଣର ଅଘଟଣକୁ ଏଡାଇ ଦିଆଯାଇପାରିଛି ବୋଲି ଜଣାପଡିଛି ।
@IANS