ETV Bharat / bharat

କୁମ୍ବଲେଙ୍କୁ ମିଳିଲା ଆଇସିସି କ୍ରିକେଟ ସମିତିର ଅଧ୍ୟକ୍ଷ ପଦ - committee

ଭାରତର ସଫଳତମ ଲେଗ୍‌ ସ୍ପିନର ଅନିଲ କୁମ୍ବଲଙ୍କୁ ଶନିବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କ୍ରିକେଟ ସମିତିର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଛି । ଟିମ ଇଣ୍ଡିଆର ପୂର୍ବତନ ପ୍ରସିଦ୍ଧ ଲେଗ ସ୍ପିନର ଅନିଲ କୁମ୍ବଲେଙ୍କ ଉପରେ ଆସ୍ଥା ରଖି ତାଙ୍କୁ  ୩ ବର୍ଷ ଯାଏଁ ଏହି ପଦବୀ ଭାର ସମ୍ଭାଳିବା ପାଇଁ ନିଷ୍ପତ୍ତି ନେଇଛି ଆଇସିସି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Mar 3, 2019, 1:31 PM IST

ନୂଆଦିଲ୍ଲୀ: କ୍ରିକେଟ ପଡିଆ ସହ ଆଇସିସିର ବିଭିନ୍ନ ପ୍ରଶାସନିକ ପଦପଦବୀରେ ଭାରତୀୟଙ୍କ ଆଧିପତ୍ୟ ଜାରି ରହିଛି । ଏହିକ୍ରମରେ ଭାରତର ସଫଳତମ ଲେଗ୍‌ ସ୍ପିନର ଅନିଲ କୁମ୍ବଲଙ୍କୁ ଶନିବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କ୍ରିକେଟ ସମିତିର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଛି । ଟିମ ଇଣ୍ଡିଆର ପୂର୍ବତନ ପ୍ରସିଦ୍ଧ ଲେଗ ସ୍ପିନର ଅନିଲ କୁମ୍ବଲେଙ୍କ ଉପରେ ଆସ୍ଥା ରଖି ତାଙ୍କୁ ୩ ବର୍ଷ ଯାଏଁ ଏହି ପଦବୀ ଭାର ସମ୍ଭାଳିବା ପାଇଁ ନିଷ୍ପତ୍ତି ନେଇଛି ଆଇସିସି । ଦୁବାଇରେ ବୋର୍ଡ ସଭାରେ ଏହି ନିଷ୍ପତ୍ତି ନିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ଶନିବାର ଦୁବାଇଠାରେ ଆଇସିସି ୬ ଦିବସୀୟ ବୈଠକ ସମାପ୍ତ ହୋଇଛି । ଏହି ବୈଠକରେ ଆଇସିସି ବିଶ୍ବକପ ପାଇଁ ସୁରକ୍ଷା ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଛି । ଏହି ବୈଠକରେ (ଆଇସିସି) ଅଧ୍ୟକ୍ଷ ଡେଭିଡ ରିଚାର୍ଡସନ ଇଂଲଣ୍ଡରେ ଆୟୋଜିତ ପୁରୁଷ ବିଶ୍ବକପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଆୟୋଜିତ ଦେଶକୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁତ୍ବପୂର୍ଣ୍ଣ ବୈଠକରେ ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ଖେଳାଳିଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ବିସିସିଆଇ କଥା ଦେଇଛି । ଏହାସହ ବିଶ୍ବ ଡ୍ରଗ୍‍ ନିରୋଧ ସଂସ୍ଥା (ୱାଡା) ଉପରେ ଆଇସିସି ଓ ବିସିସିଆଇର ସହଭାଗିତା ଉପରେ ଆଲୋଚନା କରାଯାଇଥିଲା ।

ଏଠାରେ ସୂଚନା ଯୋଗ୍ୟ ଯେ କୁମ୍ବଲେ ଏହା ପୂର୍ବରୁ ଆଇସିସି କ୍ରିକେଟ ସମିତିର ଅଧ୍ୟକ୍ଷ ପଦରେ ରହିଛନ୍ତି । କୁମ୍ବଲେ ୨୦୧୨ରେ କ୍ରିକେଟ ସମିତିର ସଦସ୍ୟ ହୋଇଥିଲେ । ଏହା ପରେ ସେ ୨୦୧୩ରେ ସମିତିର ଅଧ୍ୟକ୍ଷ ଥିଲେ । ୨୦୧୬ରେ ଭାରତୀୟ କ୍ରିକେଟ ଟିମର କୋଚ ପଦରେ ରହିଥିଲେ କୁମ୍ବଲେ ।

undefined

Intro:Body:

କୁମ୍ବେଲଙ୍କୁ ମିଳିଲା ଆଇସିସି କ୍ରିକେଟ ସମିତିର ଅଧ୍ୟକ୍ଷ ପଦ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.