ଫ୍ରାନ୍ସ: ପ୍ୟାରିସର ଏକ ଉପନଗରୀରେ ଭାରତୀୟ ବାୟୁ ସେନା ରାଫେଲ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଟିମ ବଳୟକୁ ପ୍ରବେଶ ଉଦ୍ୟମ ହୋଇଛି । ରବିବାର ରାତିରେ ଫ୍ରାନ୍ସରେ ଏହି ଉଦ୍ୟମ ହୋଇଥିବା ଜଣା ପଡିଛି । ବାୟୁ ସେନା ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସୂଚନା ଦେଇଛି ।
ସୂଚନା ଅନୁଯାୟୀ କ୍ୟାପଟେନ ର୍ୟାଙ୍କ ଅଫିସରଙ୍କ ପ୍ରତିନିଧିତ୍ବରେ ଏକ ଭାରତୀୟ ଦଳ ଫ୍ରାନ୍ସର ରାଫେଲ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଟିମର କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି । ଏଥିରେ 36 ରାଫେଲ ଏୟାରକ୍ରାଫ୍ଟ ପ୍ରଡକ୍ସନ ଓ ଭାରତୀୟ ସେନାଙ୍କ ତାଲିମ ଆଦି ସମସ୍ତ କାର୍ଯ୍ୟକଳାପ ଉପରେ ସେମାନେ ତୀକ୍ଷ୍ଣ ନଜର ରଖିଛନ୍ତି ।