ETV Bharat / bharat

ଭାରତ ମିସାଇଲରେ ଧ୍ବଂସ ହୋଇଥିଲା MI-17 ଯୁଦ୍ଧବିମାନ

ଭାରତୀୟ ମିସାଇଲ ଯୋଗୁଁ  ଦୁର୍ଘଟଣାର ଶିକାର ହୋଇଥିଲା  MI-17V5 ବିମାନ  । ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ଶତ୍ରୁ ବିମାନ ଭାବି ବାୟୁସେନାର ୫ଜଣ ଅଫିସର ଏଭଳି ଭୁଲ କରିଥିବା ଉଚ୍ଚ ସ୍ତରୀୟ ତଦନ୍ତ ରିପୋର୍ଟରୁ ପ୍ରକାଶ ପାଇଛି ।

author img

By

Published : Aug 23, 2019, 11:08 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଭାରତୀୟ ମିସାଇଲ ଯୋଗୁଁ ଦୁର୍ଘଟଣାର ଶିକାର ହୋଇଥିଲା MI-17V5 ବିମାନ । ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ଶତ୍ରୁ ବିମାନ ଭାବି ବାୟୁସେନାର ୫ଜଣ ଅଫିସର ଭୁଲବଶତଃ ନିଜ ବିମାନକୁ ଟାର୍ଗେଟ କରିଥିବା ଉଚ୍ଚ ସ୍ତରୀୟ ତଦନ୍ତ ରିପୋର୍ଟରୁ ପ୍ରକାଶ ପାଇଛି । ତେବେ ଏନେଇ ସମସ୍ତ 5 ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତୀୟ ବାୟୁସେନା ।

ଦୋଷୀ ସାବ୍ୟସ୍ତ ହୋଇଥିବା ଅଫିସରଙ୍କ ମଧ୍ୟରେ ଜଣେ ଗ୍ରୁପ କ୍ୟାପଟେନ, ୨ଜଣ ଓ୍ବିଙ୍ଗ କମାଣ୍ଡର ଓ ୨ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ଅଛନ୍ତି । ତେବେ ଏହାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ରିପୋର୍ଟକୁ ବାୟୁସେନା ମୁଖ୍ୟାଳୟକୁ ପଠାଇ ଦିଆଯାଇଥିବା ଜଣା ପଡିଛି ।

ସୂଚନାଯୋଗ୍ୟ ଯେ, ବାଲକୋଟ ଏୟାର ଷ୍ଟ୍ରାଇକ ପରେ ୨୭ ଫେବୃଆରୀରେ ପାକିସ୍ତାନର ଯୁଦ୍ଧ ବିମାନ ଭାରତକୁ ପ୍ରବେଶ କରୁଥିଲେ । ଏହି ସମୟରେ ଭାରତୀୟ ବାୟୁସେନା ପାକ୍‌କୁ କଡା ଜବାବ ଦେଇଥିଲେ । ପାକିସ୍ତାନର ଯୁଦ୍ଧ ବିମାନକୁ ଭାରତ ସୀମାରୁ ବାହାର କରିବା ସହ ଭୁଲ୍‌ବଶତଃ ନିଜ ବିମାନ MI-17V5କୁ ମଧ୍ୟ ଫାୟରିଂ କରିଥିଲେ । ଏହାପରେ ବିମାନଟି ଜମ୍ମୁ କାଶ୍ମୀର ବଡଗାମରୁ ୭ କିଲୋମିଟର ଦୂର ଗୋରେନ୍ଦ ଗ୍ରାମରେ ଏକ ଚାଷଜମିରେ ପଡ଼ି ସେଥିରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ 6 ଜଣ ଭାରତୀୟ ଯବାନଙ୍କ ସମେତ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ଘଟଣା ପରେ ବାୟୁସେନା ପକ୍ଷରୁ ତଦନ୍ତ କରାଯାଇଥିଲା।

Intro:Body:

dd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.