ETV Bharat / bharat

ଭାରତ-ଚୀନ ବିବାଦ ମଧ୍ୟରେ ଲେହ ପହଞ୍ଚିଲେ ବାୟୁସେନା ମୁଖ୍ୟ

author img

By

Published : Jun 19, 2020, 3:59 PM IST

ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଲେହ ଏବଂ ଶ୍ରୀନଗର ଏୟାରବେସ ଗସ୍ତ କରିଛନ୍ତି ବାୟୁସେନା ପ୍ରମୁଖ ଆରକେଏସ ଭଦୌରିଆ । ଏହାକୁ ଚୀନ ପାଇଁ ଏକ ବଡ ସଙ୍କେତ ରୂପରେ ଦେଖାଯାଉଛି ।

 ବାୟୁସେନା ମୁଖ୍ୟ
ବାୟୁସେନା ମୁଖ୍ୟ

ଶ୍ରୀନଗର: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଲେହ ଏବଂ ଶ୍ରୀନଗର ଏୟାରବେସ ଗସ୍ତ କରିଛନ୍ତି ବାୟୁସେନା ପ୍ରମୁଖ ଆରକେଏସ ଭଦୌରିଆ । ଏହାକୁ ଚୀନ ପାଇଁ ଏକ ବଡ ସଙ୍କେତ ରୂପରେ ଦେଖାଯାଉଛି । ସମୟ ଆସିଲେ ଏଠାରୁ ଲଦାଖରେ ଯେକୌଣସି ଅପରେଶନକୁ ତତ୍କାଳ କାର୍ଯ୍ୟକାରୀ କରାଯାଇପାରିବ । ସେପଟେ ସୀମା ବିବାଦକୁ ଦୃଷ୍ଟିରେ ରଖି ବାୟୁସେନା ନିଜର ଯୁଦ୍ଧ ବିମାନ ଏବଂ ସୈନ୍ୟଙ୍କୁ ଏୟାରବେସରେ ନିୟୋଜିତ କରିବା ଆରମ୍ଭ କରିଦେଇଛି ।

ଲଦାଖର ଗଲୱାନ ଘାଟିରେ ଚୀନ ସୈନ୍ୟଙ୍କ ସହ ହୋଇଥିବା ସଂଘର୍ଷରେ 20 ଭାରତୀୟ ଯବାନ ଶହୀଦ ହେବାପରେ ଦେଶର ଶୀର୍ଷ ଅଧିକାରୀ ସ୍ଥିତି ଏବଂ ସୈନ୍ୟ ବିକଳ୍ପର ସମୀକ୍ଷା କରିଛନ୍ତି । ଏହି ସମୟରେ ବାୟୁସେନା ମୁଖ୍ୟଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭଦୌରିଆ ଲେହ-ଶ୍ରୀନଗରର ଦୁଇଦିବସୀୟ ଯାତ୍ରାରେ ଥିଲେ । ଏହି ଯାତ୍ରା ସମୟରେ ସେ ଭାରତ-ଚୀନ ବିବାଦକୁ ଦୃଷ୍ଟିରେ ରଖି ସମସ୍ତ ପ୍ଲାଟଫର୍ମର ପରିଚାଳନାର ତଦନ୍ତ କରିଛନ୍ତି । ସେପଟେ ଚୀନ ସେନା ପ୍ରକୃତ ନିୟନ୍ତ୍ରଣ ରେଖାରେ 10 ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି ।

ତେବେ ଜୁନ 17ରେ ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ଭଦୌରିଆ ଲେହ ପହଞ୍ଚିଥିଲେ । ସେଠାରୁ ସେ ଜୁନ 18ରେ ଶ୍ରୀନଗର ଏୟାରବେସ ଯାଇଥିଲେ । ତେବେ ଉଭୟ ଏୟାରବେସ ପୂର୍ବ ଲଦାଖ କ୍ଷେତ୍ର ନିକଟରେ ରହିଛି । ଏହି ଦୁର୍ଗମ ପାହାଡିଆ ଅଞ୍ଚଳରୁ ଚୀନ ସୈନିକଙ୍କ ଉପରେ ଆକ୍ରମଣ କରିହେବ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.