ETV Bharat / bharat

ଅଯୋଧ୍ୟା ରାୟ, TV ଚ୍ୟାନେଲକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା - Ayodhya Verdict

ଅଯୋଧ୍ୟା ରାୟ ପରେ ଗଣମାଧ୍ୟମ ଉପରେ କଟକଣା ଲଗାଇଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ଅଯୋଧ୍ୟା ବିବାଦ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ କେତେକ ଗଣମାଧ୍ୟମ ସେମାନଙ୍କ ବିଚାର ତରିକାରେ ପ୍ରସାରଣ କରିବାର ଦେଖାଦେଇଛି । ଏହା ଦ୍ବାରା ହିଂସା ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଶନିବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା
author img

By

Published : Nov 9, 2019, 9:45 PM IST

ନୂଆଦିଲ୍ଳୀ: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇଛି । ସୁପ୍ରିମକୋର୍ଟ ଶନିବାର ଐତିହାସିକ ରାୟ ପ୍ରକାଶ କରି ବିବାଦୀୟ ଜମିକୁ ହିନ୍ଦୁ ପକ୍ଷଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଅଯୋଧ୍ୟା ସହରର ଏକ ପ୍ରମୁଖ ସ୍ଥାନରେ ମିସଲିମ ପକ୍ଷଙ୍କୁ ବିକଳ୍ପ ଜମି ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ରାୟ ପ୍ରକାଶ ପାଇବା ପରେ ବିଭିନ୍ନ ଘରୋଇ ଟେଲିଭିଜନ ଚ୍ୟାନେଲରେ ତର୍କ ବିତର୍କ ଲାଗି ରହିଛି । ଅଯୋଧ୍ୟା ବିବାଦ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ କେତେକ ଗଣମାଧ୍ୟମ ସେମାନଙ୍କ ବିଚାର ତରିକାରେ ପ୍ରସାରଣ କରିବାର ଦେଖାଦେଇଛି ।
ଏହା ଦ୍ବାରା ହିଂସା ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଶନିବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ଏହି ନିର୍ଦ୍ଦେଶନାମ ଅନୁସାରରେ କୌଣସି ଟେଲିଭିଜନ ଚ୍ୟାନେଲ, ଡିଟିଏଚ୍ ଅପରେଟର କିମ୍ବା କେବୁଲ ଅରେଟରର୍ସ କୌଣସି ହିଂସା ତଥା ଧାର୍ମିକ ଭାବନାକୁ କ୍ଷୂର୍ଣ୍ଣ କରୁଥିବା ଖବର ପ୍ରସାରଣ କରି ପାରବେ ନାହିଁ ।

ତେବେ 1995 କେବୁଲ ଟେଲିଭିଜନ ନେଟୱାର୍କ ରେଗୁଲେସନ ଆଇନ ଅନୁସାରେ ଚ୍ୟାନେଲମାନେ ଖବର ପ୍ରସାରଣ କରିବେ । ସୁପ୍ରିମକୋର୍ଟଙ୍କ ଶୁଣାଣି ଅନୁସାରେ ଖବର ପ୍ରସାରଣ କରିବେ । ଶୁଣାଣି ହୋଇଥିବା ସମସ୍ତ ତଥ୍ୟ ଆଧାରିତ ଖବର ପ୍ରସାରଣ କରିବେ । ଯଦି କୌଣସି ଚ୍ୟାନେଲ ଅର୍ଦ୍ଧସତ୍ୟ ଖବର ପ୍ରସାରଣକୁ ପ୍ରୋତ୍ସାହନ ଦିଅନ୍ତି, ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ସେହିପରି ଦେଶତ୍ମକ ଭାବନାକୁ କ୍ଷୂର୍ଣ୍ଣ କରୁଥିବା କୌଣସି ଖବର, ହିଂସାପୂର୍ଣ୍ଣ ଘଟଣାବଳୀ, କିମ୍ବା ସୁପ୍ରିମକୋର୍ଟର ବିରୁଦ୍ଧାଚରଣ କରୁଥିବା ଖବରକୁ ପ୍ରସାରଣ ନ କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ।

Intro:Body:

KAMI

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.