ETV Bharat / bharat

ମାର୍କେଟରେ ହୁଣ୍ଡାଇର ଇଲେକ୍ଟ୍ରନିକ ମିନିବସ୍ , କମ୍ କରିବ ଦୁର୍ଘଟଣା

ହୁଣ୍ଡାଇ ମୋଟର୍ସ ନିଜର ପ୍ରଥମ ଇଲେକ୍ଟ୍ରନିକ ମିନିବସ୍ କାଉଣ୍ଟି ଇଲେକ୍ଟ୍ରିକ୍ ଲଞ୍ଚ କରିଛି । ଡିଜେଲ ଚାଳିତ ଏହି ବସ୍ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଅଧିକ ପଢନ୍ତୁ..

ମାର୍କେଟରେ ହୁଣ୍ଡାଇର ଇଲେକ୍ଟ୍ରନିକ ମିନିବସ୍ , କରିବ କମ୍ ଦୁର୍ଘଟଣା

author img

By

Published : Jul 3, 2020, 5:29 PM IST

ନୂଆଦିଲ୍ଲୀ: ହୁଣ୍ଡାଇ ମୋଟର୍ସ ନିଜର ପ୍ରଥମ ଇଲେକ୍ଟ୍ରନିକ ମିନିବସ୍ କାଉଣ୍ଟି ଇଲେକ୍ଟ୍ରିକ୍ ଲଞ୍ଚ କରିଛି । ଡିଜେଲ ଚାଳିତ ଏହି ବସ୍ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି ।

ଏହି ମିନିବସ୍ ଏକ ହାଇ ପାୱାର128-କେଡବ୍ଲ୍ୟୁ ଲିଥିୟମ୍-ଆୟନ-ପଲିମର ବ୍ୟାଟେରୀ ସହ ସଂଯୋଗ କରାଯାଇଛି । ଏହି ବସ୍ ଫୁଲ୍ ଚାର୍ଜିଂରେ 250 କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ଏକ ଷ୍ଟାଣ୍ଡାର୍ଡ କମ୍ବୋ 1 ଡିସି ସିଷ୍ଟମ ସାହାଯ୍ୟରେ ବ୍ୟାଟେରୀକୁ 72 ମିନିଟରେ ଫୁଲ୍ ଚାର୍ଜ କରାଯାଇପାରିବ । ତେବେ ଗୋଟିଏ 220ଭି ଆଉଟଲେଟ୍ ମାଧ୍ୟମରେ ବ୍ୟାଟେରୀ ଚାର୍ଜ କରିବାକୁ 17 ଘଣ୍ଟା ଲାଗେ । ଯେବେକି 220ଭିକୁ ଚାର୍ଜର ଏକ ବିକଳ୍ପ ଭାବରେ ବ୍ୟବହାର କରାଯାଇ ପାରିବ ।

କାଉଣ୍ଟି ଇଲେକ୍ଟ୍ରିକ୍ ବସ୍ ଲମ୍ବ 7,710 ମିମି ବିଶିଷ୍ଟ । ଏଥିରେ 15 ରୁ 33 ସିଟ୍ ରହିଛି । ଏହି ବସରେ ଇଲେକ୍ଟ୍ରୋନିକ୍ କଣ୍ଟ୍ରୋଲ, ଏୟାର-ଓଭର-ହାଇଡ୍ରୋଲିକ୍ (AOH) ବ୍ରେକ୍ ସିଷ୍ଟମ୍ ରହିଛି । ହୁଣ୍ଡାଇ କହିବା ଅନୁଯାୟୀ ବସଟି ଘଣ୍ଟା ପ୍ରତି 50 ରୁ 80 କିଲୋମିଟର ବେଗରେ ଚାଲିବ ।

ଯାତ୍ରୀମାନେ ଚଢିବା ଏବଂ ଓହ୍ଲାଇବା ସମୟରେ ଦୁର୍ଘଟଣାକୁ ରୋକିବା ପାଇଁ ମିନିବସରେ ଅତ୍ୟାଧୁନିକ ସୁରକ୍ଷା ପ୍ରଯୁକ୍ତିବିଦ୍ୟା ମଧ୍ୟ ରହିଛି । ଏହାସହ ବସରେ ଲାଗିଥିବା ସେନ୍ସର ଯାତ୍ରୀଙ୍କ ଗତିବିଧି ଚିହ୍ନଟ କରିବାକୁ ସକ୍ଷମ । ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ସଚେତନ କରିବା ଏବଂ ଦୁର୍ଘଟଣାକୁ ରୋକିବା ପାଇଁ କାଉଣ୍ଟି ଇଲେକ୍ଟ୍ରିକରେ ଏକ ଭର୍ଚୁଆଲ୍ ଇଞ୍ଜିନ୍ ସାଉଣ୍ଡ୍ ସିଷ୍ଟମ୍ ଏବଂ ପାର୍କିଂ ସହାୟକ ବ୍ୟବସ୍ଥା ଅଛି ।

ତେବେ ଏହି ବସଟି ସବୁ ଦିଗକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଯାହାଦ୍ବାରା ଯାତ୍ରୀ ଏହାର ଆନନ୍ଦ ଉଠାଇବା ସହ ନିରପଦରେ ଯାତ୍ରା କରିବା ନେଇ କମ୍ପାନୀ ଦାବି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.