ETV Bharat / bharat

ହାଇଦ୍ରାବାଦ ଏନକାଉଣ୍ଟର: କେସିଆରଙ୍କ ପ୍ରଶଂସାରେ ଜଗନ ରେଡ୍ଡୀ

author img

By

Published : Dec 10, 2019, 8:28 AM IST

ହାଇଦ୍ରାବାଦ ଏନକାଉଣ୍ଟର ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ପ୍ରଶଂସା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ।

ହାଇଦ୍ରାବାଦ ଏନକାଉଣ୍ଟର
ଫାଇଲ ଫଟୋ

ଅମରାବତୀ: ତେଲେଙ୍ଗାନା ମହିଳା ପଶୁ ଚିକିତ୍ସକଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ବିଭିନ୍ନ ମହଲରୁ ଏପରି ପଦକ୍ଷେପକୁ ସମର୍ଥନ କରାଯିବା ସହ ହାଇଦ୍ରାବାଦ ପୋଲିସକୁ ଲୋକେ ପ୍ରଶଂସା କରୁଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମଧ୍ୟ ଏହି ଏନକାଉଣ୍ଟରକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓଙ୍କ ପ୍ରଶଂସା କରିଛନ୍ତି ।

ମହିଳାଙ୍କ ସହ ହେଉଥିବା ଅତ୍ୟାଚାର ମାମଲାରେ ଶୀଘ୍ର ଶୁଣାଣି ଓ କାର୍ଯ୍ୟାନୁଷ୍ଠାନ ପାଇଁ କଡା ଆଇନ ତିଆରି କରିବାକୁ ଆନ୍ଧ୍ରପ୍ରଦେଶ ସରକାର ଗୋଟିଏ ବିଲ ଆଣିବ ବୋଲି ଜଗନ କହିଛନ୍ତି । ଜଗନ କହିଛନ୍ତି ଯେ ଦୁଇ ଝିଅଙ୍କ ପିତା ହୋଇଥିବାରୁ ଏହି ଘଟଣା ମୋତେ କଷ୍ଟ ଦେଇଛି । କୌଣସି ବି ପ୍ରକାର ଦଣ୍ଡ ଅଭିଭାବକଙ୍କୁ ଆଶ୍ବସ୍ଥ କରିବ ବୋଲି ଜଗନ ପ୍ରତିକ୍ରିୟା ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.