ETV Bharat / bharat

ବର୍ଷାରେ ଉବୁଟୁବୁ ହାଇଦ୍ରାବାଦ, ମୃତ୍ୟୁସଂଖ୍ୟା ଛୁଇଁଲା 50

author img

By

Published : Oct 18, 2020, 3:18 PM IST

ହାଇଦ୍ରାବାଦରେ ପ୍ରବଳ ବର୍ଷା ପରେ ସ୍ଥିତି ସାମାନ୍ୟ ସୁଧୁରିଥିଲା କି ନାହିଁ ପୁଣିଥରେ ସହରରେ ବର୍ଷା ହୋଇଛି । ସହରର ବିଭିନ୍ନ ସ୍ଥାନରେ ବର୍ଷା କାରଣରୁ ମୃତ୍ୟୁସଂଖ୍ଯା 50କୁ ଛୁଇଁଛି ।

ହାଇଦ୍ରାବାଦରେ ଭାରି ବର୍ଷା
ହାଇଦ୍ରାବାଦରେ ଭାରି ବର୍ଷା

ହାଇଦ୍ରାବାଦ: ହାଇଦ୍ରାବାଦରେ ପ୍ରବଳ ବର୍ଷା ପରେ ସ୍ଥିତି ସାମାନ୍ୟ ସୁଧୁରିଥିଲା କି ନାହିଁ ପୁଣିଥରେ ସହରରେ ବର୍ଷା ହୋଇଛି । ସହରର ବିଭିନ୍ନ ସ୍ଥାନରେ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଶନିବାର ମହାନଗର ନିଗମର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା।

ହାଇଦ୍ରାବାଦର ଚନ୍ଦ୍ରଗୁଟ୍ଟାରେ ସବୁଠାରୁ ଖରାପ ପରିସ୍ଥିତି ହେଇଛି। ସରକାରୀ ଆକଳନ ଅନୁଯାୟୀ, ହାଇଦ୍ରାବାଦ ବନ୍ୟାରେ ଏପର୍ଯ୍ୟନ୍ତ 50 ଜଣଙ୍କର ମୃତ୍ୟୁ ହୋଇଛି। ଶନିବାର ମେଡଚାଲ ମଲକାଜାଗିରି ଜିଲ୍ଲାର ସିଙ୍ଗାପୁର ଟାଉନସିପରେ 157.3 ମିଲିମିଟର ଏବଂ ସହରର ଉପଲ୍ ନିକଟସ୍ଥ ବାନ୍ଦାଲାଗୁଡାରେ 153 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସହରର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଛି।

ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (ଜିଏଚଏମସି) ର ବିପର୍ଯ୍ୟୟ ମୁକାବିଲା ବଳ (DRF) କର୍ମଚାରୀମାନେ ଲଗାତାର ବନ୍ୟା ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାାରି ରଖିଛନ୍ତି। ଆଜି ମଧ୍ୟ ସହରର କେତେକ ସ୍ଥାନରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅନ୍ୟପକ୍ଷେ ଆନ୍ଧ୍ରପ୍ରଦେଶରେ ଗତ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ପରେ ମରାମତି ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ରରୁ 2,250 କୋଟି ଟଙ୍କା ସହାୟତା କେନ୍ଦ୍ରକୁ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ।

ଏହାସହ ମହାରାଷ୍ଟ୍ର ମଧ୍ୟ ସମାନ ସ୍ଥିତି । ପ୍ରବଳ ବର୍ଷା ଓ ବନ୍ୟା ରାଜ୍ୟର ଅନେକ ଅଞ୍ଚଳରେ ଜନଜୀବନକୁ ପ୍ରଭାବିତ କରିଛି। ମହାରାଷ୍ଟ୍ରର ବାରାମତୀରେ ପ୍ରବଳ ବର୍ଷା ହେତୁ ବ୍ରିଜ୍ ଧୋଇହୋଇଯାଇଛି । ଏହି ସେତୁ ଭାଙ୍ଗିବା ହେତୁ 15 ଟି ଗାଁ ସହିତ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.