ବେଙ୍ଗାଲୁରୁ : ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ ବିଶ୍ବାସର ସହ ଜଣେ ଝିଅ ଅନ୍ୟ ଜଣଙ୍କ ହାତ ଧରିଥାଏ। ଆଉ ଯେବେ ଏହି ସମ୍ପର୍କ ଭିତରେ ସନ୍ଦେହ ଆସେ ଛାରଖାର କରିଦିଏ ସବୁକିଛି ଭାଙ୍ଗିଦିଏ ସମ୍ପର୍କ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଙ୍ଗାଲୁରୁରେ । ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ସନ୍ଦେହ କରି ଧରେ ଲଗାଇଥିଲେ 22ଟି ହିଡନ କ୍ୟାମେରା ।ଆଉ ଏକ ପ୍ରାଇଭେଟ ଡିଟେକଟିଭ । ଆଉ ଏହି କଥା ଜାଣିବା ପରେ ପତ୍ନୀ ଦେଇଛନ୍ତି ଛାଡପତ୍ର ।
ଦୁହିଁଙ୍କ ବିବାହ 2011 ରେ ହୋଇଥିଲା । ବିବାହର 2 ବର୍ଷ ପର୍ଯ୍ୟନ୍ତ ଭଲରେ ବିତିବା ପରେ ସ୍ବାମୀଙ୍କର ଆରମ୍ଭ ହୋଇଥିଲା ସନ୍ଦେହ। ଆଉ ସେ ଘରେ ଲଗାଇଥିଲେ କ୍ୟାମେରା। ଯାହା ପତ୍ନୀଙ୍କର ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖିବ । ଏହାସହ ପତ୍ନୀଙ୍କୁ ଗୋଟିଏ ମୋବାଇଲ ଫୋନ ଉପହାର ମଧ୍ୟ ଦେଇଥିଲେ ଯେଉଁଥିରେ ଥିଲା ସ୍ବାୟୱେର । । ଯାହା ଦ୍ବାର ପତ୍ନୀ କାହା ସହ କଥା ହେଉଛନ୍ତି ତାହା ସେ ସହଜରେ ଜାଣିପାରୁଥିଲେ ।
ଅନ୍ୟପଟେ ବିବାହ ପୂର୍ବରୁ ସାନ ଭଉଣୀଙ୍କୁ ସ୍ବାମୀ ପସନ୍ଦ କରନ୍ତି ବୋଲି କହିଛନ୍ତି ପତ୍ନୀ । ସେଥିପାଇଁ ଏପରି କରୁଥିବା ଅଭିଯୋଗ କରିଛନ୍ତି ସେ ।