ETV Bharat / bharat

କୋଭିଡ୍‌-19: ରୋବୋର୍ଟ କରିବ ଡାକ୍ତରୀ ଚିକିତ୍ସା

author img

By

Published : Apr 16, 2020, 4:33 PM IST

ହାଇଦ୍ରାବାଦ ସହରର 3 ଜଣ ଇଞ୍ଜିନିୟରିଂ ଯୁବକ, ସେମାନଙ୍କର ବାର୍ଷିକ ପ୍ରୋଜେକ୍‌ଟର ଅଂଶବିଶେଷ ରୂପେ ଏକ ‘ୱାକିଂ ରୋବୋଟ୍‌’ ବା ଚଲାବୁଲା କରିପାରୁଥିବା ରୋବୋଟ୍‌ ପ୍ରସ୍ତୁତ କରିଛନ୍ତି । ସାଂପ୍ରତିକ ସ୍ଥିତିରେ ବିଭିନ୍ନ ହସ୍ପିଟାଲରେ ଆବଶ୍ୟକତା ପୂରଣ ଦିଗରେ ଏହାକୁ କାର୍ଯ୍ୟକ୍ଷମ କରାଇବା ପରେ ସେମାନେ ଏହାକୁ ମନ୍ତ୍ରୀଙ୍କ ପାଖରେ ତେଲଙ୍ଗାନାର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କେ.ଟି. ରାମାରାଓଙ୍କ ଉପସ୍ଥାପନ କରିଛନ୍ତି । ଅଧିକ ପଢନ୍ତୁ....

Inhuman medical treatment during Covida-19
କୋଭିଡ୍‌-19 ସମୟରେ ବିନା ମଣିଷରେ ଡାକ୍ତରୀ ଚିକିତ୍ସା

କୋରୋନା ମହାମାରୀ ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏକ ଅଦୃଶ୍ୟ ଶତ୍ରୁ ବିରୋଧରେ ଲଢ଼ିବା ସହିତ ପରିବାରଠାରୁ ବହୁ ଦୂରରେ ରହି, ନିଜ ଜୀବନକୁ ବିପନ୍ନ କରି ସ୍ବାସ୍ଥ୍ୟସେବା କର୍ମଚାରୀମାନେ ରୋଗୀମାନଙ୍କର ସେବା କରୁଛନ୍ତି । ଏବେ ଏହି ସ୍ବାସ୍ଥ୍ୟକର୍ମୀମାନଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ହାଇଦ୍ରାବାଦ ସହରର 3 ଜଣ ଯୁବକ। ଅଧିକ ଚିକିତ୍ସା ପାଇଁ କୋଭିଡ୍‌ ରୋଗୀମାନଙ୍କୁ ରଖାଯାଉଥିବା ଆଇସୋଲେସନ୍‌ ୱାର୍ଡରେ ରୋବୋଟ୍‌ ଉପଯୋଗର ସୃଜନଶୀଳ ଚିନ୍ତାଧାରାକୁ ସେମାନେ ବାସ୍ତବ ରୂପରେଖ ଦେବାକୁ ଚାହିଁଛନ୍ତି । ଏ ସଂପର୍କିତ ପ୍ରସ୍ତାବକୁ ସେମାନେ ତେଲଙ୍ଗାନାର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କେ.ଟି. ରାମାରାଓଙ୍କ ଆଗରେ ଉପସ୍ଥାପନ କରିଛନ୍ତି ।

ଏହି ତିନି ଜଣ ଇଞ୍ଜିନିୟରିଂ ଗ୍ରାଜୁଏଟ୍‌, ସେମାନଙ୍କର ବାର୍ଷିକ ପ୍ରୋଜେକ୍‌ଟର ଅଂଶବିଶେଷ ରୂପେ ଏକ ‘ୱାକିଂ ରୋବୋଟ୍‌’ ବା ଚଲାବୁଲା କରିପାରୁଥିବା ରୋବୋଟ୍‌ ପ୍ରସ୍ତୁତ କରିଛନ୍ତି । ସାଂପ୍ରତିକ ସ୍ଥିତିରେ ବିଭିନ୍ନ ହସ୍ପିଟାଲରେ ଆବଶ୍ୟକତା ପୂରଣ ଦିଗରେ ଏହାକୁ କାର୍ଯ୍ୟକ୍ଷମ କରାଇବା ପରେ ସେମାନେ ଏହାକୁ ମନ୍ତ୍ରୀଙ୍କ ପାଖରେ ଉପସ୍ଥାପନ କରିଛନ୍ତି । ଏହାର ପ୍ରତ୍ୟୁତ୍ତରରେ, ଛାତ୍ରମାନଙ୍କର ପ୍ରସ୍ତାବକୁ ପରୀକ୍ଷା କରି ଦେଖିବା ପାଇଁ ଆଇଟି ବିଭାଗ ସଚିବ ଜୟେଶ ରଞ୍ଜନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରରିପେକ୍ଷିରେ, ‘ଈନାଡୁ’ ସହ ସେମାନଙ୍କ ଚିନ୍ତାଧାରା ସଂପର୍କରେ ଆଲୋଚନା କରିଛନ୍ତି ଏହି ତିନି ଜଣ ଉଦ୍ୟମୀ ଯୁବକ ଅଶଫାକ୍‌, ଅବଦୁଲ ବାରୀ ଏବଂ ସଲମାନ ।

ଚିନ୍ତାଧାରାର ମୂଳ କାରଣ:

କୋରୋନା ଭାଇରସ୍‌ ଦ୍ବାରା ଅନେକ ଡାକ୍ତର ଏବଂ ସ୍ବାସ୍ଥ୍ୟସେବା କର୍ମୀ ସଂକ୍ରମିତ ହେଉଛନ୍ତି ବୋଲି ଜାଣିବା ପରେ ଏହି ତିନି ଯୁବକ ସେମାନଙ୍କ ବାର୍ଷିକ ପ୍ରୋଜେକ୍‌ଟର ଅଂଶବିଶେଷ ରୂପେ ପୂର୍ବରୁ ଥିବା ରୋବୋଟ୍‌ ପ୍ରସ୍ତୁତି ସଂପର୍କିତ ସେମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ କରି ଏଭଳି ରୋବୋଟ୍‌ ପ୍ରସ୍ତୁତ କରିବାକୁ ସ୍ଥିର କରିଥିଲେ । ଦେଶର ସମସ୍ତ ବଡ଼ ବଡ଼ ସହରରେ ବହୁସଂଖ୍ୟକ ରୋବୋଟ୍‌ ଚାଳିତ ରେସ୍ତୋରାଁ ଖୋଲି ସାରିଛି । ଏ ସଂପର୍କରେ ଜାଣିବା ପରେ ସେମାନଙ୍କ ଜ୍ଞାନକୌଶଳର ବିକାଶ କରାଇ ସେଗୁଡ଼ିକୁ ବିଭିନ୍ନ ଡାକ୍ତରଖାନାରେ ଉପଯୋଗ କରିବା ବିଷୟରେ ଏହି ତିନି ଯୁବକ ଚିନ୍ତା କଲେ । ଗତ ବର୍ଷ ଏହି ତିନି ଯୁବକ ସହରର ଏକ ଇଞ୍ଜିନିୟରିଂ କଲେଜରୁ ଇଞ୍ଜିନିୟରିଂରେ ସ୍ନାତକ ପାଠ୍ୟକ୍ରମ ବା

ବାଚେଲର ଅଫ୍‌ ଇଞ୍ଜିନିୟରିଂ ଶେଷ କରିଥିଲେ । ଏହି ସମୟରେ ହିଁ ସେମାନଙ୍କ ଇଞ୍ଜିନିୟରିଂ ପ୍ରୋଜେକ୍‌ଟରର ଅଂଶବିଶେଷ ରୂପେ ଏକ ‘ୱାକିଂ ରୋବୋଟ୍‌’ ପ୍ରସ୍ତୁତ କରିବାକୁ ସେମାନେ ମନସ୍ଥ କଲେ । ସହରର ବିଭିନ୍ନ ରେସ୍ତୋରାଁରେ ବ୍ୟବହୃତ ରୋବୋଟ୍‌ଗୁଡ଼ିକୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟରେ ବିଦେଶରୁ ଆମଦାନୀ କରାଯାଉଛି । ଏହି ମୂଲ୍ୟକୁ କମ୍‌ କରିବା ପାଇଁ ସେମାନେ ଏକ ଅଭିନବ ଉପାୟ ଚିନ୍ତା କରିଛନ୍ତି । ଯାହା ଫଳରେ ଏହା ସ୍ବଳ୍ପ ବ୍ୟୟରେ ହୋଇପାରିବ । ସେମାନେ ଏକ 6 ଇଞ୍ଚ୍‌ ଲମ୍ବା ଥର୍ମାକୋଲ୍‌ ବ୍ୟବହାର କରି ଏକ ନୂଆ ଡିଜାଇନ୍‌ ମଡେଲ ପ୍ରସ୍ତୁତ କଲେ । ଏହାକୁ ସରକାରଙ୍କ ସ୍ବୀକୃତି ମିଳିଲେ, ସରକାରଙ୍କ ସହଯୋଗରେ ସେମାନେ 8 ଦିନ ମଧ୍ୟରେ ସ୍ବଳ୍ପ ଖର୍ଚ୍ଚରେ ଏଭଳି ଏକ ଉପଯୋଗୀ ମଡେଲ୍‌ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି ।

କ’ଣ ଏହି ରୋବୋଟ୍‌ର ବିଶେଷତ୍ବ ?

କୋରୋନା ଆଇସୋଲେସନ୍‌ ୱାର୍ଡ୍‌ରେ ବିନା ମଣିଷରେ ଏହି ରୋବୋଟ୍‌ ରୋଗୀଙ୍କୁ ଡାକ୍ତରୀ ସେବା ପ୍ରଦାନ କରିପାରିବ । ଏହି ରୋବୋଟ୍‌ ସହ ସଂଯୁକ୍ତ ଏକ ଟ୍ରେରେ ଔଷଧ, ଖାଦ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ନିଆଯାଇପାରିବ । ସମୟ ସମୟରେ ୱାର୍ଡ୍‌କୁ ବିଶୋଧନ ବା ସାନିଟାଇଜ୍‌ କରିବାରେ ଏହାର ଉପଯୋଗ କରାଯାଇପାରିବ ।

* ଏହି ରୋବୋଟ୍‌ ୱାଇଫାଇ ଏବଂ ବ୍ଳୁଟୁଥ୍‌ ମାଧ୍ୟମରେ ପରିଚାଳିତ ହୁଏ ଏବଂ ଏହାକୁ ଏକ ମୋବାଇଲ୍‌ ଜରିଆରେ ନିୟନ୍ତ୍ରିତ କରାଯାଇପାରିବ । ରୋବୋଟ୍‌ ୱାର୍ଡରେ ଘୂରି ବୁଲିବ ଏବଂ ରୋଗୀଙ୍କ ଅବସ୍ଥା ନିରୀକ୍ଷଣ କରିପାରିବ । ରୋବୋଟ୍‌ରେ ଲାଗିଥିବା ସର୍ଭେଇଲାନ୍‌ସ କ୍ୟାମେରା ଦ୍ବାରା ଡାକ୍ତର ଓ ହାସପାତାଳର ଅନ୍ୟ କର୍ମଚାରୀମାନେ ନିଜ ନିଜ କୋଠରିରେ ବସି ରୋଗୀଙ୍କ ଅବସ୍ଥା ତଦାରଖ କରିପାରିବେ ।

* ପ୍ରସ୍ତାବିତ ନୂଆ ଡିଜାଇନ୍‌ର ରୋବୋଟ୍‌ରେ ସଂଯୋଗ କରାଯିବାକୁ ଥିବା ଧ୍ବନିସୃଷ୍ଟିକାରୀ ସରଞ୍ଜାମ ବା ଅଡିବ୍‌ଲ ଡିଭାଇସ୍‌ ଜରିଆରେ ଆଇସୋଲେସନ୍‌ ୱାର୍ଡରେ ନିଃସଙ୍ଗବୋଧ କରୁଥିବା ଲୋକେ ରୋବୋଟ୍‌ ସହିତ କଥାବାର୍ତ୍ତା କରିବା ସମ୍ଭବ ଏବଂ ଗୀତ, ସମ୍ବାଦ ଓ ଅନ୍ୟ କାର୍ଯ୍ୟକ୍ରମ ଶୁଣିବା ପାଇଁ ଅନୁରୋଧ କରିପାରିବେ ।

ଓସ୍‌ମାନିଆ ହସ୍ପିଟାଲରେ ବିଶୋଧକ ଚ୍ୟାମ୍ବର ଓସମାନିଆ ହସ୍ପିଟାଲ:

କୋରୋନା ନିୟନ୍ତ୍ରଣ ଉଦ୍ୟମର ଅଂଶ ସ୍ବରୂପ ଓସ୍‌ମାନିଆ ହସ୍ପିଟାଲରେ ଏକ ବିଶୋଧକ ଚ୍ୟାମ୍ବର ସ୍ଥାପନ କରାଯାଇଛି । ମେଡିକାଲ କର୍ମଚାରୀଙ୍କ ସୁବିଧା ପାଇଁ ଓସ୍‌ମାନିଆ ଶିକ୍ଷାଦାନ ହସ୍ପିଟାଲରେରେ ଏହାର ନିର୍ମାଣ କାର୍ଯ୍ୟ ସୋମବାରରୁ ଆରମ୍ଭ ହୋଇଛି । ଡାକ୍ତର, କର୍ମଚାରୀ, ପାରା ମେଡିକାଲ, ଚତୁର୍ଥ ଶ୍ରେଣୀ କର୍ମଚାରୀ,କର୍ମତତ୍ପର, ରୋଗୀ ସେବା ଏବଂ ଅନ୍ୟ କର୍ମଚାରୀଙ୍କ ସୁବିଧା ପାଇଁ ଚାଲିଥିବା ସାମୂହିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହ ବିଶୋଧକ ଏବଂ ସଂକ୍ରାମଣ ନିରୋଧୀ ଚ୍ୟାମ୍ବର ସ୍ଥାପନରେ ଡାକ୍ତରମାନେ ନିୟୋଜିତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.