ETV Bharat / bharat

କୋରୋନା ମୁକାବିଲା: ଆୟୁଷ ମନ୍ତ୍ରଣାଳୟ ପ୍ରୋଟୋକଲକୁ ଅନୁସରଣ କରିବେ ଛାତ୍ରଛାତ୍ରୀ - HRD directs schools

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସମସ୍ତ ସ୍କୁଲ ଓ କଲେଜକୁ ଆଡଭାଇଜରୀ ଜାରି କରିଛି । ସମସ୍ତ ଛାତ୍ରଛାତ୍ରୀଙ୍କୁ ଆୟୁଷ ମନ୍ତ୍ରଣାଳୟର ପ୍ରୋଟୋକଲକୁ ଅନୁସରଣ ପାଇଁ ଉପଦେଶ ଦେବାକୁ ଏହି ଆଡଭାଇଜରୀରେ ପ୍ରକାଶ କରାଯାଇଛି ।

HRD directs schools, colleges to ask students to follow Ayush Ministry protocols
କୋରୋନା ମୁକାବିଲା: ଆୟୁଷ ମନ୍ତ୍ରଣାଳୟ ପ୍ରୋଟୋକଲକୁ ଅନୁସରଣ କରିବେ ଛାତ୍ରଛାତ୍ରୀ
author img

By

Published : Apr 4, 2020, 11:07 PM IST

ନୂଆଦିଲ୍ଲୀ: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସମସ୍ତ ସ୍କୁଲ ଓ କଲେଜକୁ ଆଡଭାଇଜରୀ ଜାରି କରିଛି । ସମସ୍ତ ଛାତ୍ରଛାତ୍ରୀଙ୍କୁ ଆୟୁଷ ମନ୍ତ୍ରଣାଳୟର ପ୍ରୋଟୋକଲକୁ ଅନୁସରଣ ପାଇଁ ଉପଦେଶ ଦେବାକୁ ଏହି ଆଡଭାଇଜରୀରେ ପ୍ରକାଶ କରାଯାଇଛି । ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଏପ୍ରିଲ 5ରେ ମହମବତୀ ଜାଳିବାକୁ ସମସ୍ତ ସ୍କୁଲ ଓ କଲେଜକୁ କୁହାଯାଇଛି ।

ସିବିଏସଇ, ୟୁଜିସି, ଏଆଇସିଟିଇ, ଏନସିଇଆରଟି ଓ ଅନ୍ୟ ବିଭାଗକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠି ପଠାଯାଇଛି । ସମସ୍ତ ସ୍କୁଲ, କଲେଜ ନିଜ ଛାତ୍ରଛାତ୍ରୀଙ୍କୁ ପ୍ରୋଟୋକଲ ଅନୁସରଣ କରିବା ପାଇଁ କୁହନ୍ତୁ ବୋଲି ଏହି ଚିଠିରେ ପ୍ରକାଶ କରାଯାଇଛି । ମନ୍ତ୍ରଣାଳୟର ସଚିବ ଅମିତ ଖାରେ କୋଭିଡ-19 ସହ ଲଢିବା ପାଇଁ ଏହିସବୁ ଉପଦେଶକୁ ଜାରି କରିଛନ୍ତି ।

ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ କିଛି ପ୍ରୋଟୋକଲ ପ୍ରସ୍ତୁତ କରିଛି । କୋରୋନା ସହ ଲଢିବା ପାଇଁ ଆରୋଗ୍ୟ ସେତୁ ଆପ୍ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ପରିବାର ସଦସ୍ୟଙ୍କୁ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.