ETV Bharat / bharat

ଫେସବୁକ ପ୍ରୋଫାଇଲ ଲକ୍ କରନ୍ତୁ, ସୁରକ୍ଷିତ ରୁହନ୍ତୁ - how-to-lock-facebook-profile-in-android-phone

ଅନେକ ଫେସବୁକ୍ ୟୁଜର୍ସ ଏମିତି ଅଛନ୍ତି ଯିଏ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରୋଫାଇଲ୍ ଲକ୍ ଫିଚରର ବ୍ୟବାହର ସମ୍ପର୍କରେ ଜାଣି ନାହାନ୍ତି । ଆଜି ଆମେ ଆପଣଙ୍କୁ ଏହାର ବ୍ୟବହାର ସମ୍ପର୍କରେ ଅବଗତ କରାଇବୁ । ଅଧିକ ପଢନ୍ତୁ..

ଫେସବୁକକୁ ଲକ୍ କରନ୍ତୁ ସୁରକ୍ଷିତ ରୁହନ୍ତୁ
ଫେସବୁକକୁ ଲକ୍ କରନ୍ତୁ ସୁରକ୍ଷିତ ରୁହନ୍ତୁ
author img

By

Published : Jul 24, 2020, 6:18 AM IST

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍ । ଏହାର ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଫେସବୁକ୍ ନିକଟରେ ପ୍ରୋଫାଇଲ୍ ଲକ୍ ଫିଚର ଲଞ୍ଚ କରିଥିଲା ​​। ୟୁଜର୍ସ ଏହି ଫିଚର ମାଧ୍ୟମରେ ନିଜର ପ୍ରୋଫାଇଲ୍ ଲକ୍ କରିପାରିବାକୁ ସକ୍ଷମ ହୋଇପାରିବେ ।

ଏହାଦ୍ବାରା ଆପଣଙ୍କ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଯେ କୌଣସି ଫଟୋ କିମ୍ବା ଭିଡିଓକୁ କେବଳ ଆପଣଙ୍କ ଫ୍ରେଣ୍ଡ ହିଁ ଦେଖିପାରିବେ । ଏହା ବ୍ୟତୀତ ଅନ୍ୟ କେହିବି ଆପଣଙ୍କ ଆକାଉଣ୍ଟର ଗୋଟିଏ ପୋଷ୍ଟ ମଧ୍ୟ ଦେଖିପାରିବେ ନାହିଁ । ତେବେ ଅନେକ ୟୁଜର୍ସ ଏମିତି ଅଛନ୍ତି ଯିଏ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ବ୍ୟବାହର ସମ୍ପର୍କରେ ଜାଣି ନାହାନ୍ତି । ଆଜି ଆମେ ଆପଣଙ୍କୁ ଏହାର ବ୍ୟବହାର ସମ୍ପର୍କରେ ଅବଗତ କରାଇବୁ ।

ପ୍ରୋଫାଇଲ୍ କିପରି ଲକ୍ କରିବେ

ପ୍ରୋଫାଇଲ୍ ଲକ୍ କରିବାକୁ ପ୍ରଥମେ ଫେସବୁକ୍ ଆପକୁ ଖୋଲନ୍ତୁ । ଏଠାରେ ଆପଣ ଡାହାଣ ପାର୍ଶ୍ବରେ ଏକ ତିନୋଟି ଡଟ୍ ବିକଳ୍ପ ରହିଛି । ବର୍ତ୍ତମାନ ଏଥିରେ କ୍ଲିକ୍ କରନ୍ତୁ ।

ଏବେ ତଳକୁ ସ୍କ୍ରୋଲ୍ କରନ୍ତୁ । ଏଠାରେ ଆପଣ ସେଟିଂ ଏବଂ ପ୍ରାଇଭେସି ଅପ୍ପନ ଉପରେ କ୍ଲିକ କରନ୍ତୁ । ଏବେ ଏହା ଉପରେ ଟ୍ୟାପ୍ କରନ୍ତୁ । ସେଟିଂ ଏବଂ ପ୍ରାଇଭେସି ଅପସନ ଉପରେ କ୍ଲିକ୍ କରିବା ପରେ ସେଟିଂ ଉପରେ କ୍ଲିକ୍ କରନ୍ତୁ ଏବଂ ତଳକୁ ସ୍କ୍ରୋଲ୍ କରନ୍ତୁ । ବର୍ତ୍ତମାନ ଏଠାରେ ଆପଣଙ୍କୁ ପ୍ରୋଫାଇଲ୍ ଲକିଂର ଅପସନ ଶୋ କରିବ । ଏଥିରେ କ୍ଲିକ୍ କରନ୍ତୁ ।

ଏଠାରେ ଆପଣ ଆପଣଙ୍କର ପ୍ରୋଫାଇଲ୍ ଲକର ଅପସନ ପାଇ ପାରିବେ । ଏବେ ଆପଣ ଏଥିରେ କ୍ଲିକ କରିବା ମାତ୍ର ହିଁ ଏହା ଲକ୍ ହୋଇଯିବ । ଏହି ପ୍ରକ୍ରିୟା ମାଧ୍ୟମରେ ଆପଣ ନିଜର ପ୍ରୋଫାଇଲକୁ ଅନଲକ୍ ମଧ୍ୟ କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.