ETV Bharat / bharat

ଛତୁ ଖାଉଛନ୍ତି କି, ଚିହ୍ନନ୍ତୁ ବିଷାକ୍ତ ଓ ବିଷମୁକ୍ତ ଛତୁ

author img

By

Published : Jun 8, 2019, 1:57 PM IST

ଛୋଟ ବଡ ସମସ୍ତଙ୍କର ପ୍ରିୟ ଛତୁ। ଏହା ପାଟିକୁ ସ୍ବାଦ ଲାଗିବା ସହ ଶରୀରକୁ ପ୍ରୋଟିନ ଯୋଗାଇଥାଏ। ତେଣୁ ବଜାରରୁ ଏହାକୁ କିଣିବା ସମୟରେ ଭଲ ଭାବେ ଦେଖି କିଣିବା ଉଚିତ୍। ଏପରି କେତେକ ଧରଣର ଛତୁ ମଧ୍ୟ ଅଛି ଯାହା ଜୀବନ ମଧ୍ୟ ନେଇପାରେ ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଛତୁକୁ ଶାକାହାରୀଙ୍କ ଚିକେନ ମଧ୍ୟ କୁହାଯାଏ । ଏହାର ସ୍ବାଦ ପିଲା ଠାରୁ ଆରମ୍ଭ କରି ବୁଢା ସମସ୍ତଙ୍କୁ ପସନ୍ଦ ଆସିଥାଏ । ଏହା ପାଟିକୁ ଯେପରି ମଜା ଦେଇଥାଏ ଶରୀର ପାଇଁ ମଧ୍ୟ ସେତିକି ହିତକର । ଏହାକୁ ତରକାରୀ, ଭଜା, ସାଲାଡ, ଆଚାର ଓ ବିଭିନ୍ନ ପ୍ରକାରରେ ଖିଆଯାଇଥାଏ ।

ଯଦି ଆପଣ ଛତୁକୁ ଠିକ ରୁପେ ନ ଚିହ୍ନି ପାରନ୍ତି ଏହାକୁ ଖାଇବା ଦ୍ବାରା ଆପଣଙ୍କ ଜୀବନ ମଧ୍ୟ ଯାଇପାରେ। କାରଣ ଖାଦ୍ୟ ଉପଯୋଗୀ ଓ ଖାଦ୍ୟ ଅନୁପଯୋଗୀ ଛତୁ ବହୁତ ପ୍ରକାରର ରହିଛି। ଆପଣଙ୍କର ଟିକେ ଅସାବଧାନତା ଆପଣ ଓ ଆପଣଙ୍କ ପରିବାର ପାଇଁ ହାନିକାରକ ମଧ୍ୟ ହୋଇପାରେ। ଯଦି ଆପଣ ମାର୍କେଟରୁ ଛତୁ କିଣୁଛନ୍ତି ତେବେ ଭଲକରି ଦେଖନ୍ତୁ ଯେପରି ଛତୁ ଉପର ସଫା, ନରମ ଆଉ ତାଜା ରହିଛି କି ନାହିଁ । ଏହି ଛତୁର ଉପରି ଭାଗ ଗୋଲାକାର ହୋଇଥାଏ । ତେବେ ଏହିପରି ଛତୁ ଅତି ସ୍ବାଦିଷ୍ଟ ଓ ଶରୀର ଉପଯୋଗୀ ହୋଇଥାଏ ।

ଛତୁ ପରି ଦେଖାଯାଉଥିବା ଏକ ପ୍ରକାର ବଣ ଛତୁ, କାଠ ଛତୁ ଅଛି ଯାହା ଖାଇବା ଦ୍ବାରା ଶରୀର ବିଷାକ୍ତ ହୋଇଯାଇଥାଏ । ଆଉ ଏହାକୁ ଖାଇଥିବା ବ୍ୟକ୍ତିର ବଞ୍ଚିବା ମଧ୍ୟ କଷ୍ଟକର ହୋଇପଡେ। ତେବେ ଏଭଳି ଛତୁ ସନ୍ତସନ୍ତିଆ ସ୍ଥାନରେ ଫୁଟିଆଏ ଓ ଏହାର ରଙ୍ଗ ଇସତ୍ କଳା ରଙ୍ଗର ହୋଇଥାଏ । ଏହି ଛତୁର ଉପରି ଭାଗ ଛତା ଭଳି ଦେଖାଯାଇଥାଏ । ଏହି ଛତୁର ଉପର ପରସ୍ତରେ କଳା କଳା ଦାଗ ରହିଥାଏ । ତେବେ ଏହି ଛତୁକୁ ବାରଣ କରନ୍ତୁ କାରଣ ଏହା ଅତ୍ୟନ୍ତ ହାନିକାରକ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.