ହାଇଦ୍ରାବାଦ: କୋରୋନା ମହାମାରୀ ଯୋଗୁଁ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହେଉଛି । ଲକଡାଉନ ଘୋଷଣା ଯୋଗୁଁ ସାରା ବିଶ୍ବରେ ଅନେକ କିଛି ବନ୍ଦ ହୋଇଛି । ଅନେକ ଲୋକ ନିଜ ବିବାହର ପ୍ରିପ୍ଲାନ କରିସାରିଥିଲେ । ଏପ୍ରିଲ ଓ ଜୁନରେ ଭଲ ଲଗ୍ନ ଥିବାରୁ ଅନେକ ଲୋକ ୱେଡିଂ ପ୍ଲାନର ସହ କଥା ହୋଇ ଆଗୁଆ ବୁକିଂ ମଧ୍ୟ କରିସାରିଥିଲେ । ହେଲେ ଲକଡାଉନ ମାଡରେ ସବୁ ଆଶା ଧୂଳିସାତ୍ ହୋଇଗଲା । ବିଭିନ୍ନ ପ୍ରକାର କଟକଣା ମଧ୍ୟରେ କିଛି ବାହାଘର ହେଉଥିବାବେଳେ ବାକି ସମସ୍ତେ ନିଜ ତାରିଖ ଘୁଞ୍ଚାଇଛନ୍ତି ଅବା ଏବେ ପାଇଁ ବାତିଲ କରିଛନ୍ତି ।
ତେବେ ସବୁଠାରୁ ବଡ କଥା ଏହି ସମୟରେ ବିବାହ ବାତିଲ ହେଲେ ପ୍ରସ୍ତୁତି କରିଥିବା ସମସ୍ତ ଆୟୋଜନକୁ କିପରି ସମ୍ଭାଳିବେ । ଏବେ ସମୟରେ ସମସ୍ତେ ଆର୍ଥିକ ସମସ୍ୟାରେ ଥିବେ । ସେଥିପାଇଁ ହୁଏତ ଆପଣଙ୍କ ଅନେକ ଆଡଭାନ୍ସ ବୁକିଂର ଅର୍ଥ ଫେରାଇନପାରନ୍ତି ଅନେକ ସଂସ୍ଥା । ଆପଣ ନିଜ ୱେଡିଙ୍ଗ ଭେଣ୍ଡରଙ୍କ ସହ କଥା ହେବା ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତୁ । ଆମେ ଆପଣଙ୍କୁ କିଛି ଟିପ୍ସ ବତାଇବୁ ଯାହାକୁ ଆପଣ ଫଲୋ କରିପାରିବେ ।
- ଲକଡାଉନ ପରେ ମ୍ୟାରେଜ ହେଉଥିଲେ ସୁରକ୍ଷିତ ପଦକ୍ଷେପ ବିଷୟରେ ଟିକିନିଖି ଖବର ପଚାରିନିଅନ୍ତୁ । ଲୋକଙ୍କ ସୁରକ୍ଷା ପାଇଁ କଣ ଆଗୁଆ ପ୍ରସ୍ତୁତି କରିଛନ୍ତି ଏସବୁ ୱେଡିଙ୍ଗ ପ୍ଲାନରଠାରୁ ବୁଝିନିଅନ୍ତୁ ।
- ବିବାହ ତାରିଖ ଘୁଞ୍ଚାଇଲେ ପୁରୁଣା ଥିମ୍, ଫୁଡ ଲିଷ୍ଟ, ପ୍ଲାନରେ କିଛି ପରିବର୍ତ୍ତନ ହେବ ନା ତାହା ସମାନ ରହିବ ସେକଥା ମଧ୍ୟ ପଚାରନ୍ତୁ ।
- ବିବାହ ବାତିଲ ହେବା ପରେ ଅର୍ଥର କେତେ ପ୍ରତିଶତ ଫେରାଇବେ ସେକଥା ସ୍ପଷ୍ଟ କରିନିଅନ୍ତୁ ।
- ପୁଣି ବିବାହ ସ୍ଥିର କରୁଥିଲେ ପୂର୍ବ ବାତିଲର କେତେ ଅର୍ଥ ମିଳିବ ସେକଥା ମଧ୍ୟ ପଚାରିନିଅନ୍ତୁ ।
- ଗେଷ୍ଟ ଲିଷ୍ଟରେ ଚେଞ୍ଜ ହେଲେ ପୁରୁଣା ଡିଲ ଅନୁସାରେ ଅର୍ଥ ନେବେ ନା ନୂଆ ଅର୍ଥ ଡିମାଣ୍ଡ କରିବେ ଏହା ସ୍ପଷ୍ଟ କରନ୍ତୁ ।
- ଯଦି ନିର୍ଦ୍ଦିଷ୍ଟ ୱେଡିଙ୍ଗ ପ୍ଲାନର ନାହାନ୍ତି ତେବେ କଣ ସମସ୍ତ ଭେଣ୍ଡର ଏକାଠି କାମ କରିବେ ଏକଥା ମୂଳରୁ ସ୍ପଷ୍ଟ କରିଦିଅନ୍ତୁ ।
- ସବୁଠୁ ବଡ କଥା ଅନଲାଇନ କାରବାର କରିବାକୁ ଚେଷ୍ଟା କରନ୍ତୁ ।