କୋରୋନା ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ ସତର୍କତା ଭାବରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ଅନୁସାରେ ମାସ୍କ ପିନ୍ଧିବାର କିଛି ସମୟ ଭିତରେ ଏହାକୁ ବଦଳାଇବା ଦରକାର ନଚେତ୍ ଏହା ସଂକ୍ରମଣର ମାତ୍ରାକୁ ଆହୁରୀ ବଢାଇ ଦେବ।
ତେଣୁ ଥରେ ବ୍ୟବହାର କରାଯାଉଥିବା ମାସ୍କଗୁଡିକ ପୁନଃ ବ୍ୟବହାର କରାଯାଇପାରିବ ନାହିଁ, କିନ୍ତୁ ଆପଣ ଘରେ ତିଆରି ମାସ୍କଗୁଡ଼ିକୁ ପୁନଃ ବ୍ୟବହାର କରିପାରିବେ ଯଦି ସେଗୁଡିକ ସଠିକ୍ ଭାବରେ ସଫା କରାଯାଏ।
ଯଦି ଆପଣ ଜରୁରୀ ଜିନିଷ ପାଇଁ ସପିଂ କରିବାକୁ ବାହାରକୁ ଯାଇଛନ୍ତି, ତେବେ ଘରକୁ ଫେରିବା ପରେ ମାସ୍କକୁ ସଠିକ୍ ଭାବରେ ସଫା କରାଯିବା ଉଚିତ୍। ଅନ୍ୟପଟେ ଘରେ ତିଆରି ମାସ୍କକୁ କିପରି ସଫା କରାଯିବ ସେନେଇ କେନ୍ଦ୍ର ସରକାର ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ଏହାକୁ ବ୍ୟବହାର କରିବା ପୂର୍ବରୁ ଘରେ କିପରି ଫେସ୍ ମାସ୍କ ଧୋଇବେ ତାହା ବର୍ଣ୍ଣନା କରାଯାଇଛି।
ଘରେ ତିଆରି ମାସ୍କକୁ ସାବୁନରେ ସଫା କରି ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହା ସହ ବାହାରେ ଅତି କମରେ ପାଞ୍ଚ ଘଣ୍ଟା ଶୁଖିବାକୁ ଛାଡିଦିଅନ୍ତୁ। ଦୀର୍ଘ ସମୟ ପର୍ଯ୍ୟନ୍ତ ଖରାରେ ଶୁଖିବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ନଥାଏ ।
ଖରାପ ପାଗ, କିମ୍ବା ମାସ୍କ ଯଦି ଆପଣ ସନ୍ଧ୍ୟାରେ ଧୋଇଲେ କଣ କରିବେ? ଚିନ୍ତାର ବିଷୟ। ଆପଣ ପ୍ରେସର କୁକରରେ ପାଣି ମିଶାନ୍ତୁ, ଏଥିରେ ଲୁଣ ମିଶାନ୍ତୁ ଏବଂ ପ୍ରାୟ 15 ମିନିଟ୍ ପାଇଁ ଏଥିରେ ମାସ୍କ ବୁଡାଇ ଫୁଟାନ୍ତୁ । ବର୍ତ୍ତମାନ ଏହାକୁ ଖୋଲା ସ୍ଥାନରେ ଶୁଖିବାକୁ ଛାଡିଦିଅନ୍ତୁ।
ଯଦି ଆପଣ ଚାହାଁନ୍ତି, ମାସ୍କକୁ ସାବୁନରେ ଭଲ ଭାବରେ ଧୋଇବା ପରେ, ଆପଣ ଏହାକୁ ଶୁଖାଇବା ପାଇଁ ଆଇରନ୍ ମଧ୍ୟ ବ୍ୟବହାର କରିପାରିବେ। ଏହି ପଦ୍ଧତିଗୁଡିକ କେନ୍ଦ୍ର ସରକାର ସୋସିଆଲ ମିଡିଆରେ ପ୍ରକାଶିତ ଭିଡିଓରେ ବର୍ଣ୍ଣନା କରିଛନ୍ତି।