ETV Bharat / bharat

ବିଜେପିରେ ମିଶିଲେ ଆପ୍‌ ବିଧାୟକ - Lawmaker

ଶୁକ୍ରବାର ଆପ୍‌ ଛାଡି ବିଜେପିରେ ଯୋଗ ଦେଇଛନ୍ତି ଗାନ୍ଧି ନଗର ଆପ୍‌ ବିଧାୟକ ଅନୀଲ କୁମାର ବାଜପେୟୀ ।

ଫଟୋ ସୌଜନ୍ୟ: ଏନଏଆଇ
author img

By

Published : May 3, 2019, 5:05 PM IST

ନୂଆଦିଲ୍ଲୀ: ଆପ୍‌ର ୭ ନୁହେଁ ୧୪ ବିଧାୟକ ବିଜେପିକୁ ଆସିବା ନେଇ ବୟାନ ଦେଇଥିଲେ ଦିଲ୍ଲୀ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ । ଏହି ବୟାନର ସତ୍ୟତା ଏବେ ଧୀରେଧୀରେ ଖୋଲିବାକୁ ଲାଗୁଛି । ଶୁକ୍ରବାର ଆପ୍‌ ଛାଡି ଗାନ୍ଧି ନଗର ଆପ୍‌ ବିଧାୟକ ଅନୀଲ କୁମାର ବାଜପେୟୀ ବିଜେପିରେ ଯୋଗ ଦେଇଛନ୍ତି ।

ଅନୀଲ କୁମାର ବାଜପେୟୀ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜେପିରେ ଯୋଗ ଦେଇଛନ୍ତି ।

ଏଠାରେ ସୂଚନା ଥାଉକି, ଆମ ଆଦମୀ ପାର୍ଟି (ଆପ) ନେତା ମନୀଷ ସିସୋଦିଆ ପ୍ରଥମେ ବିଜେପି ବିରୋଧରେ ଅଭିଯୋଗ ଆଣିଥିଲେ ଯେ ବିଜେପି ଘୋଡା ବେପାର କରି ଆପ୍‌ର 7 ବିଧାୟକଙ୍କୁ 10 କୋଟି ଦେଇ କିଣିବାକୁ ଚେଷ୍ଟା କରୁଛି ।

ପରେ ଏହି ମାମଲାରେ ଦିଲ୍ଲୀ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ କହିଛନ୍ତି ଯେ ଆପର 7 ଜଣ ବିଧାୟକ ନୁହଁନ୍ତି ବରଂ 14 ବିଧାୟକ ଆପ୍‌ ଛାଡି ଖୁବଶୀଘ୍ର ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଏହାସହ ସେ କହିଥିଲେ ଯେ ଆପ୍‌ ବିଧାୟକଙ୍କୁ ବିଜେପି କିଣିବାକୁ ଚାହୁଁନି, ସମସ୍ତ ବିଧାୟକ ନିଜସ୍ବ ଇଚ୍ଛାରେ ଆପ୍‌ ଛାଡି ବିଜେପିରେ ସାମିଲ ହେବା ପାଇଁ ଇଚ୍ଛୁକ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.