ETV Bharat / bharat

ହୋଟେଲ ମହାମେଳି: ହୋଟେଲରେ ରାଣ ଖାଇଲେ ଶିବସେନା, କଂଗ୍ରେସ ଓ ଏନସିପିର ୧୬୨ ବିଧାୟକ

author img

By

Published : Nov 25, 2019, 10:11 PM IST

Updated : Nov 26, 2019, 9:35 AM IST

ସୋମବାର ସଂଧ୍ୟାରେ ମୁମ୍ବାଇର ଗ୍ରାଣ୍ଡ୍‌ ହାୟତ ହୋଟେଲରେ ଶିବସେନା-ଏନସିପି-କଂଗ୍ରେସ ବିଧାୟକଙ୍କ ଶକ୍ତି ପ୍ରଦର୍ଶନ ହୋଇଛି । ଏହାସହ ଏଠାରେ 162 ବିଧାୟକ ଦଳ ନବଦଳାଇବା ପାଇଁ ଶପଥ ନେଇଛନ୍ତି । ଅଧିକ ପଢନ୍ତୁ...

hotelcongress-ncp-shiv-sena-162-mla-take-oath-in-hyatt-hotel
ଡିଜାଇନ ଫଟୋ

ମୁମ୍ବାଇ: ଗୋଟିଏ ରାତିର ରଣନୀତି ପରେ ମହାରାଷ୍ଟ୍ର ରାଜନୀତି ଏବେ ରୋଚକ ମୋଡରେ । ପ୍ରତିଦିନ ବଦୁଳିଛି ମହାରାଷ୍ଟ୍ର ରାଜନୀତିର ରଙ୍ଗ । ସୋମବାର ଏହି ମହାନାଟକର ଏକ ମହାଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପାଦ ତଳୁ ମାଟି ଖସାଇଦେଲା ଭଳି ରହିଛି । ସୋମବାର ସଂଧ୍ୟାରେ ମୁମ୍ବାଇ ମୁମ୍ବାଇର ଗ୍ରାଣ୍ଡ୍‌ ହାୟତ ହୋଟେଲରେ ଶିବସେନା -ଏନସିପି-କଂଗ୍ରେସ ବିଧାୟକଙ୍କ ଶକ୍ତି ପ୍ରଦର୍ଶନ ହୋଇଛି । ଏହାସହ ଏଠାରେ 162 ବିଧାୟକ ଦଳ ନବଦଳାଇବା ଓ କଦାପି ବିଦ୍ରୋହ କରିବା ପାଇଁ ଶପଥ ନେଇଛନ୍ତି ।

ହୋଟେଲ ମହାମେଳି । ସୌ: ANI

ହୋଟଲରେ ଗୀତା ଛୁଇଁ ଶପଥ କଲାପରି ସମସ୍ତ ବିଧାୟକ ଶପଥ ନେଇଛନ୍ତି । ଶିବସେନା-ଏନସିପି-କଂଗ୍ରେସ ବିଧାୟକ ଶପଥ ଗ୍ରହଣ କରିଛନ୍ତି । ‘ମୁଁ ଶରଦ ପାୱାର, ଉଦ୍ଧବ ଠାକରେ ଓ ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ନିଜ ଦଳ ପ୍ରତି ବିଶ୍ବାସଯୋଗ୍ୟ ରହିବି, ଏହାସହ କୌଣସି ପ୍ରକାର ପ୍ରଲୋଭନରେ ଫସିବୁ ନାହିଁ, ଆମେ ଏଭଲି କିଛି କରିବୁ ନାହିଁ ଯାହା ବିଜେପି ପାଇଁ ଲାଭ ଦାୟକ ରହିବ’ ବୋଲି ଶପଥ ନେଇଛନ୍ତି ।

ହୋଟେଲରେ ଶରଦ ପାୱାର, ମଲ୍ଲିକାର୍ଜୁନ ଖଡଗେ, ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ, ବାଲାସାହେବ ଥୋରାଟ, ପ୍ରଫୁଲ୍ଲ ପଟେଲ, ପୃଥ୍ବୀରାଜ ଚୌହାଣ, ଅଶୋକ ଚୌହାଣ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ ଏହି ଶକ୍ତି ପ୍ରଦଶର୍ନ ପୂର୍ବରୁ ସଞ୍ଜୟ ରାଉତଙ୍କ ପରି ଶିବସେନା, ଏନ୍‌ସିପି ଓ କଂଗ୍ରେସର ଆହୁରି ଅନେକ ଶୀର୍ଷ ସ୍ତରୀୟ ନେତା ଟ୍ବିଟର୍‌ରେ 'ଆମେ ୧୬୨' ବୋଲି ଲେଖି ପୋଷ୍ଟ୍ କରିଥିଲେ ।

Intro:Body:

BLANK FOR LINK

Conclusion:
Last Updated : Nov 26, 2019, 9:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.