ଚିକ୍କମାଗଲୁରୁ(କର୍ଣ୍ଣାଟକ): କୋରୋନା କାଳରେ ଘରୋଇ ହସ୍ପିଟାଲଗୁଡିକ ନିଜ ବ୍ୟବସାୟ କରିବେ ବ୍ୟସ୍ତ । କୋରୋନା ଆକ୍ରାନ୍ତଙ୍କ ପରିବାର ଠାରୁ ରକ୍ତ ଶୋଷିଲା ପରି ଟଙ୍କା ଆଦାୟ କରୁଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଆଉ ରିହାତି ନାଁରେ ସେମାନଙ୍କ ଧୈର୍ଯ୍ୟର ପରୀକ୍ଷା କରାଯାଉଛି । ଏପରି ଏକ ଘଟଣା କର୍ଣ୍ଣାଟକର ଚିକ୍କମାଗଲୁରୁ ଦେଖିବାକୁ ମିଳିଛି ।
![କୋରୋନାରେ ମୃତ ବ୍ୟକ୍ତିଙ୍କ ବିଲ ଠାରୁ 9 ଲକ୍ଷ 25 ହଜାର](https://etvbharatimages.akamaized.net/etvbharat/prod-images/kn-ckm-01-corona-bill-av-7202347_18092020104014_1809f_1600405814_32_1809newsroom_1600411319_641.jpg)
କୋରୋନା ଚିକିତ୍ସାରେ ଘରୋଇ ହସ୍ପିଟାଲଗୁଡିକ ରୋଗୀଙ୍କ ପରିବାର ଠାରୁ ଲକ୍ଷ ଲକ୍ଷ ଟଙ୍କା ବିଲ ଟଙ୍କା ଲୁଟୁଥିବାର ଦେଖିବାକୁ ମିଳିଛି । କର୍ଣ୍ଣାଟକର ଏକ ଘରୋଇ ମେଡିକାଲ ଜଣେ କୋରୋନା ସଂକ୍ରମିତଙ୍କ ପରିବାରଙ୍କୁ 9 ଲକ୍ଷ 25 ହଜାର 601 ଟଙ୍କାର ଚାର୍ଜ କରିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା, କୋରୋନା ଆକ୍ରାନ୍ତ ବୃଦ୍ଧଙ୍କୁ ବଞ୍ଚାଇବାରେ ହସ୍ପିଟାଲ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି ।
ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଏତେ ଲକ୍ଷ ଟଙ୍କାର ଡିମାଣ୍ଡକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ରିହାତି ନାଁରେ 9 ଲକ୍ଷ ଟଙ୍କା ବିଲରେ 1 ଟଙ୍କା ଛାଡ କରିଥିଲେ । ସେପଟେ, ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ପରିବାର ଲୋକେ ।
![କୋରୋନାରେ ମୃତ ବ୍ୟକ୍ତିଙ୍କ ବିଲ ଠାରୁ 9 ଲକ୍ଷ 25 ହଜାର](https://etvbharatimages.akamaized.net/etvbharat/prod-images/kn-ckm-01-corona-bill-av-7202347_18092020104014_1809f_1600405814_133_1809newsroom_1600411319_944.jpg)
ସୂଚନାଯୋଗ୍ୟ, କଦୁର ତାଲୁକର ସାଖରାୟାପଟାମର ପିଲେନାହଲ୍ଲୀର ଜଣେ 70 ବର୍ଷ ବୟସ୍କ ବ୍ୟକ୍ତି କୋରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତରଖାନା ଏତେ ଟଙ୍କା ମାଗିଥିବାରୁ ଲୋକମାନେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ