ETV Bharat / bharat

ଭାଇରାଲ ହେଉଛି ଭିଏଚପି ନେତାଙ୍କ ହତ୍ୟାର ଲାଇଭ ଭିଡିଓ

author img

By

Published : Jun 28, 2020, 10:27 AM IST

ଭିଏଚପି ନେତାକୁ ଆକ୍ରମଣ ସମୟରେ ଅଟୋରେ ଯାଉଥିବା ଜଣେ ଯୁବକ ସମ୍ପୂର୍ଣ୍ଣ ଘଟଣାକୁ ନିଜ ମୋବାଇଲେ କଏଦ କରିଦେଇଥିଲେ । ଅଧିକ ପଢନ୍ତୁ...

ଭାଇରାଲ ହେଉଛି ଭିଏଚପି ନେତାଙ୍କ ହତ୍ୟାର ଲାଇଭ ଭିଡିଓ
ଭାଇରାଲ ହେଉଛି ଭିଏଚପି ନେତାଙ୍କ ହତ୍ୟାର ଲାଇଭ ଭିଡିଓ

ଭୋପାଳ: ମଧ୍ୟପ୍ରଦେଶ ହୋଶଙ୍ଗାବାଦରେ ବିଶ୍ବ ହିନ୍ଦୁ ପରିଷଦ ନେତାଙ୍କୁ ହତ୍ୟା ଘଟଣା । ସୋସିଆଲ ମିଡିଆରେ ଘୁରି ବୁଲିଛି ହତ୍ୟାର ଏକ ଲାଇଭ ଭିଡିଓ । ଏହି ଭିଡିଓରେ ଅଧା ଡର୍ଜନ ଦୁର୍ବୃତ୍ତ କଳା କାରରେ ଆସି ଆକ୍ରମଣ କରିଥିଲେ । ମଝି ମଝିରେ ଗୁଳିଗୁଳାର ମଧ୍ୟ ଶବ୍ଦ ଶୁଣିବାକୁ ମିଳୁଛି ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ପେପରିୟାର ବ୍ରିଜ ନିକଟରେ ହିନ୍ଦୁ ପରିଷଦ ନେତା ରବି ବିଶ୍ବକର୍ମାଙ୍କୁ ହତ୍ୟା କରାଯାଇଥିଲା । ତାଙ୍କ କାର ଉପରେ ବାରମ୍ବାର ଲାଠି ମାଡ କରିବା ପରେ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ସମୟରେ ଅଟୋରେ ଫେରୁଥିବା ଜଣେ ଯୁବକ ମୋବାଇଲରେ ରେକର୍ଡ କରିଥିଲେ । ଯାହାକୁ ପରେ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ । ସିସିଟିଭି ଫୁଟେଜକୁ ଦେଖିଲେ ଜଣାପଡୁଛି ଯେ, କାର ଉପରେ ଲାଠି ମାଡ କରାଯାଇଥିଲା ।

ରିପୋର୍ଟ ଅନୁଯାୟୀ, ଭିଏଚପି ନେତା ରବି ବିଶ୍ୱକର୍ମା ସନ୍ଧ୍ୟାରେ ହୋଶଙ୍ଗାବାଦରୁ ପିପରିୟାରେ ଥିବା ତାଙ୍କ ଘରକୁ ଯାଉଥିଲେ। ସେ ବ୍ରିଜ ପାର ହେବା ସମୟରେ ତାଙ୍କୁ ଆକ୍ରମଣ କରିଥିଲେ । 15 ମିନିଟ ଧରି ଦୁର୍ବୃତ୍ତମାନେ କାର ଉପରକୁ ଲାଠି ମାଡ କରିଚାଲିଥିଲେ । ଏହା ପରେ ଜଣେ ଯୁବକ ରବିଙ୍କୁ ଗୁଳି କରିଥିଲେ। ଆହତ ଅବସ୍ଥାରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ରବି ବିଶ୍ୱକର୍ମା ବିଶ୍ୱ ହିନ୍ଦୁ ପରିଷଦର ହୋଶଙ୍ଗାବାଦର ଗୋରକ୍ଷା ମୁଖ୍ୟ ଥିଲେ। ଏହି ମାମଲାରେ ପିପରିୟା ପୋଲିସ ଷ୍ଟେସନରେ 9 ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି।

ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଅଭିଯୁକ୍ତକୁ ଖୋଜୁଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ହୋଶଙ୍ଗାବାଦ ପୋଲିସ ଏକ ଉଚ୍ଚ-ପ୍ରୋଫାଇଲ୍ ଅଧିକାରୀଙ୍କ ଏକ ଟିମ୍ ଗଠନ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.