ETV Bharat / bharat

ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଏୟାର ଇଣ୍ଡିଆରେ ପ୍ରତିବନ୍ଧକ ଲଗାଇଲା ହଂକଂ

author img

By

Published : Aug 19, 2020, 4:50 PM IST

ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ହଂକଂ, ଏୟାର ଇଣ୍ଡିଆ ବିମାନ ଉପରେ ପ୍ରତିବନ୍ଧକ ଲଗାଇଛି । ଅଧିକ ପଢନ୍ତୁ...

ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନ ଉପରେ ପ୍ରତିବନ୍ଧକ ଲଗାଇଲା ହଂକଂ

ନୂଆଦିଲ୍ଲୀ: ଅଗଷ୍ଟ ଶେଷ ପର୍ଯ୍ୟନ୍ତ ହଂକଂ, ଏୟାର ଇଣ୍ଡିଆ ବିମାନରେ ପ୍ରତିବନ୍ଧକ ଲଗାଇଛି । ହଂକଂରେ ପହଞ୍ଚିବା ପରେ ଏହାର ଗୋଟିଏ ବିମାନରେ କିଛି ଯାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ନେଇ ବୁଧବାର ଜଣେ ବରିଷ୍ଠ ସରକାରୀ ଅଧିକାରୀ ଏହା କହିଛନ୍ତି ।

ଜୁଲାଇରୁ ହଂକଂ ସରକାର ଦେଇଥିବା ନିୟମ ଅନୁଯାୟୀ ଭାରତର ଯାତ୍ରୀମାନେ ହଂକଂରେ ପହଞ୍ଚିପାରିବେ, ଯଦି ଯାତ୍ରାର 72 ଘଣ୍ଟା ପୂର୍ବରୁ କରାଯାଇଥିବା ପରୀକ୍ଷଣରୁ ସେମାନଙ୍କର କୋଭିଡ ନେଗେଟିଭ ପ୍ରମାଣପତ୍ର ଥାଏ । ଅଥବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀ ହଂକଂର ବିମାନବନ୍ଦର ପରିସରରେ କୋଭିଡ-19 ପରୀକ୍ଷା କରିବାକୁ ବାଧ୍ୟ ।

ଭାରତ ବ୍ୟତୀତ ହଂକଂ ସରକାରଙ୍କ ନିୟମ ଅନୁଯାୟୀ ବାଂଲାଦେଶ, ଇଣ୍ଡୋନେସିଆ, କାଜାଖସ୍ତାନ, ନେପାଳ, ପାକିସ୍ଥାନ, ଫିଲିପାଇନ୍ସ, ଦକ୍ଷିଣ ଆଫ୍ରିକା ଏବଂ ଯୁକ୍ତରାଷ୍ଟ୍ରରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ପ୍ରି-ଫ୍ଲାଇଟ୍ କୋଭିଡ-19 ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ ।

ଏହି ନଅଟି ଦେଶ ମଧ୍ୟରୁ କୌଣସି ଏକ ଦେଶରୁ ହଂକଂକୁ ବିମାନ ଚଳାଚଳ କରୁଥିବା ବିମାନ କମ୍ପାନୀ ଯିବା ପୂର୍ବରୁ ଏକ ଫର୍ମ ଦାଖଲ କରିବାକୁ ପଡିବ । ଯେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ କୋଭିଡ ନେଗେଟିଭ ରିପୋର୍ଟ ରହିଛି ।

ଜୁଲାଇ ମାସରୁ ଭାରତ ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଆମେରିକା, ଜର୍ମାନୀ, ଫ୍ରାନ୍ସ, ୟୁଏଇ, ବ୍ରିଟେନ ଏବଂ ମାଲଦ୍ୱୀପ ଭଳି ଦେଶ ସହିତ ପୃଥକ ଦ୍ୱିପାକ୍ଷିକ ବାୟୁ ବବୁଲ ବ୍ୟବସ୍ଥା ପ୍ରତିଷ୍ଠା କରିଛି । ଦ୍ୱିପାକ୍ଷିକ ଏୟାର ବବୁଲ ଚୁକ୍ତି ଅନୁଯାୟୀ ଉଭୟ ଦେଶର ବିମାନ ସେବା ନିର୍ଦ୍ଦିଷ୍ଟ ପ୍ରତିବନ୍ଧକ ସହିତ ଆନ୍ତର୍ଜାତୀୟ ବିମାନ ଚଳାଚଳ କରିପାରିବେ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.