ନୂଆଦିଲ୍ଲୀ: ମୁଖ୍ୟ ବିଚାରପତିଙ୍କ ବ୍ୟତୀତ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 30ରୁ 33କୁ ବୃଦ୍ଧି କରିବା ନେଇ ପାରିତ ହୋଇଥିବା ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି।
ଗତ ସପ୍ତାହରେ ସଂସଦରେ ସୁପ୍ରିମକୋର୍ଟରେ ଜଜ ସଂଖ୍ୟା ବୃଦ୍ଧି କରିବା ନେଇ ବିଲ ପାରିତ ହୋଇଥିଲା । ମୁଖ୍ୟ ବିଚାରପତିଙ୍କ ସମେତ ବର୍ତ୍ତମାନ ସୁପ୍ରିମ କୋର୍ଟରେ 31 ଜଣ ବିଚାରପତି ରହିଛନ୍ତି। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ବିଚାରପତି ସଂଖ୍ୟା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିଲା।