ETV Bharat / bharat

ରାଜସ୍ଥାନ ଫୋନ ଟ୍ୟାପିଂ ମାମଲା, ରିପୋର୍ଟ ମାଗିଲା ଗୃହମନ୍ତ୍ରଣାଳୟ

ରାଜସ୍ଥାନରେ ରାଜନୈତିକ ତିକ୍ତତା ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଫୋନ ଟ୍ୟାପିଂ ମାମଲାରେ ରିପୋର୍ଟ ମାଗିଛି । ଭାରତୀୟ ଜନତା ପାର୍ଟି ଏହାକୁ ଗୋପନୀୟତାର ଉଲ୍ଲଂଘନ ବୋଲି କହିଛି । ଅଧିକ ପଢନ୍ତୁ...

ରାଜସ୍ଥାନ ଫୋନ ଟ୍ୟାପିଂ ମାମଲା
ରାଜସ୍ଥାନ ଫୋନ ଟ୍ୟାପିଂ ମାମଲା
author img

By

Published : Jul 19, 2020, 10:20 AM IST

ନୂଆଦିଲ୍ଲୀ: ମୋଡ ବଦଳାଉଛି ରାଜସ୍ଥାନ ରାଜନୀତି । ଦୁଇ ଅଡିଓ କ୍ଲିପ ଭାଇରାଲ ହେବା ପରେ ଘୋଡାବେପାର ଚିତ୍ର ସାମ୍ନାକୁ ଆସିଛି । ରାଜସ୍ଥାନ ପୋଲିସର ଭ୍ରଷ୍ଟାଚାରୀ ନିରୋଧୀ ବ୍ୟୁରୋ(ଏସିବି) ଏହାର ତଦନ୍ତ କରୁଛି । ଅନ୍ୟପଟେ ଫୋନ ଟ୍ୟାପିଂକୁ ନେଇ ବିଜେପିର ଅଭିଯୋଗ ପରେ ସକ୍ରିୟ ହୋଇ ଉଠିଛନ୍ତି କେନ୍ଦ୍ର ସରକାର । ରାଜସ୍ଥାନ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଏନେଇ ରିପୋର୍ଟ ମାଗିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।

ରାଜସ୍ଥାନ ପୋଲିସର ଭ୍ରଷ୍ଟାଚାରୀ ନିରୋଧୀ ବ୍ୟୁରୋ(ଏସିବି) ଉଭୟ ଅଡିଓ କ୍ଲିପ ମାମଲାରେ ଭ୍ରଷ୍ଟାଚାର ନିରୋଧୀ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି । ଉଭୟ କ୍ଲିପରେ ଗେହଲଟ ସରକାରଙ୍କୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର ନେଇ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଛି । ସେପଟେ ବିଜେପି ଏହି କ୍ଲିପର ନେଇ ସିବିଆଇ ତଦନ୍ତ ଦାବି କରିଛି । ଦଳ ଅଭିଯୋଗ କରିଛି ଯେ, ରାଜସ୍ଥାନ ସରକାର ଲୋକଙ୍କ ଫୋନକୁ ଟ୍ୟାପିଂ କରୁଛନ୍ତି ।

ରାଜସ୍ଥାନ ଏସିବିର ମହାନିର୍ଦ୍ଦେଶକ ଆଲୋକ ତ୍ରିପାଠୀ କହିଛନ୍ତି, ତଦନ୍ତକାରୀ ସଂସ୍ଥା କଂଗ୍ରେସର ମୁଖ୍ୟ ସଚେତକ ମହେଶ ଜୋଶୀଙ୍କ ଅଭିଯୋଗ ଆଧାରରେ ପ୍ରାଥମିକ ତଦନ୍ତ କରିଛି । ବିଦ୍ରୋହୀ ବିଧାୟକ ଭମ୍ବରଲାଲ ଶର୍ମା ଓ ଗଜେନ୍ଦ୍ର ସିଂହ ଏବଂ ଅନ୍ୟ ଜଣେ ବ୍ୟକ୍ତି ସଞ୍ଜୟ ଜୈନଙ୍କ ମଧ୍ୟରେ ବାର୍ତ୍ତାଳାପ ଥିବା ଅଡିଓ କ୍ଲିପରେ ଶୁଣାଯାଉଛି । ସେପଟେ କଂଗ୍ରେସର ଦାବି ଏହା ଯେ, ଅଡିଓ କ୍ଲିପରେ ଯେଉଁ ଗଜେନ୍ଦ୍ର ସିଂହଙ୍କ ନାମ ରହିଛି, ତାହା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.