ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ଏବଂ ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର)କୁ ନେଇ ଦେଶରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ନେଇ ପୁଣିଥରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଆସିଛି । ଏନପିଆର ଅପଡେଟ ପାଇଁ ଲୋକଙ୍କୁ କୌଣସି ପ୍ରକାର ଦସ୍ତାବିଜ କିମ୍ବା ବାୟୋମେଟ୍ରିକ ଦେବାର ଆବଶ୍ୟକତା ନାହିଁ । ପଶ୍ଚିମବଙ୍ଗରେ ଏଭଳି ପ୍ରଶ୍ନ ଉଠିଥିବାରୁ ଅମିତ ଶାହ ଏହାର ଜବାବ ସ୍ବରୁପ ଏହି କଥା କହିଛନ୍ତି ।
ସେପଟେ ଏନପିଆର ସମ୍ବନ୍ଧିତ ଭିନ୍ନ-ଭିନ୍ନ ପ୍ରଶ୍ନର ଖୁବ ଶୀଘ୍ର ଅନ୍ତିମ ରୂପ ଦିଆଯିବ ବୋଲି ଅମିତ ଶାହ ପ୍ରତିକ୍ରିୟା ଦେଇଛନ୍ତି । ସୂଚନା ଥାଉକି, ସିଏଏ ଏବଂ ଏନପିଆରକୁ ନେଇ ସାରାଦେଶରେ ବିରୋଧ ପ୍ରଦର୍ଶନ ହେଉଛି । ବିରୋଧକୁ ଦୃଷ୍ଟିରେ ରଖି ଦେଶରେ ଆରମ୍ଭ ହୋଇଥିବା ଏନପିଆର ଅପଡେଶନ କାର୍ଯ୍ୟକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ଦୁଇଟି ରାଜ୍ୟ ପଶ୍ଚିମବଙ୍ଗ ଏବଂ କେରଳ ଏନପିଆର ଅପଡେଟ କାର୍ଯ୍ୟକୁ ବନ୍ଦ କରିଛନ୍ତି ।