ରାୟପୁର: ଆଜି(ସୋମବାର) ଛତିଶଗଡ ଗସ୍ତରେ ଯିବେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ । ସେଠାରେ ମଧ୍ୟ କ୍ଷେତ୍ରୀୟ ପରିଷଦର 22ତମ ବୈଠକରେ ଯୋଗଦେବାର ରହିଛି କାର୍ଯ୍ୟକ୍ରମ । ଯେଉଁଥିରେ ଛତିଶଗଡ ସମେତ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଯୋଗଦେବେ ।
ଏହି ବୈଠକରେ ନକ୍ସଲ ବିରୋଧରେ ରଣନୀତି ନେଇ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ 4 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଜଣ ଲେଖାଏଁ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ସମେତ ବରିଷ୍ଠ ବିଭାଗୀୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିବେ ।
ଏହାସହ ଅମିତ ଶାହ ଛତିଶଗଡରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିଲାଗି ରାଜ୍ୟ ବିଜେପି ପୂରା ପ୍ରସ୍ତୁତିରେ ଲାଗିପଡିଥିବା ଦେଖିବାକୁ ମିଳିଛି ।