ETV Bharat / bharat

ରାହୁଲ ଗାନ୍ଧୀଙ୍କୁ ଚର୍ଚ୍ଚା ପାଇଁ ଚ୍ୟାଲେଞ୍ଜ କଲେ ଅମିତ ଶାହ - home minister amit shah

1962ରୁ ଆଜି ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଘଟଣାର ଚର୍ଚ୍ଚା ପାର୍ଲାମେଣ୍ଟରେ ହେବା ଉଚିତ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ଚର୍ଚ୍ଚା ପାଇଁ ସେ ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଅଧିକ ପଢନ୍ତୁ...

 ଅମିତ ଶାହ
ଅମିତ ଶାହ
author img

By

Published : Jun 28, 2020, 2:48 PM IST

ନୂଆଦିଲ୍ଲୀ : ଭାରତ-ଚୀନ ବିବାଦକୁ ନେଇ ଶାସକ ଦଳ ବିଜେପି ଏବଂ ବିରୋଧୀ ଦଳ କଂଗ୍ରେସ ମଧ୍ୟରେ ରାଜନୈତିକ ଛକାପଞ୍ଝା ଜାରି ରହିଛି । ଖାସକରି ଗଲୱାନ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହେବାପରଠାରୁ ଉଭୟ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ବୃଦ୍ଧି ପାଇଛି । ଏହି ସଂଘର୍ଷ ପରେ ଭାରତର କାର୍ଯ୍ୟାନୁଷ୍ଠାନ ଏବଂ ପ୍ରତିକ୍ରିୟାକୁ ନେଇ ଲଗାତାର ମୋଦି ସରକାରଙ୍କୁ ପ୍ରଶ୍ନ କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତେବେ ଏନେଇ ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତିଗୃହମନ୍ତ୍ରୀ ଅମିତ ଶାହ ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, 'ଏହି ଘଟଣାକୁ ନେଇ ପାର୍ଲାମେଣ୍ଟ ହେବା ଉଚିତ । ଯଦି ଆପଣଙ୍କୁ ଚର୍ଚ୍ଚା କରିବାର ଅଛି ତ ଆସନ୍ତୁ । 1962ରୁ ଆଜି ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଘଟଣାର ଚର୍ଚ୍ଚା କରିବା । '

ଏକ ଗଣମାଧ୍ୟମ ସାକ୍ଷାତକାରରେ ଶାହ କହିଛନ୍ତି, 'ଆଲୋଚନା କରିବାକୁ କେହି ଡରୁନାହାନ୍ତି । କିନ୍ତି ଯେତେବେଳେ ଦେଶର ଯବାନ ସଂଘର୍ଷ କରୁଛନ୍ତି, ସରକାର ଉଚିତ ପଦକ୍ଷେପ ନେଉଛନ୍ତି । ଏହି ସମୟରେ ଚୀନ ଏବଂ ପାକିସ୍ତାନକୁ ଖୁସି ଦେବା ଭଳି ବୟାନବାଜି କରିବା ଉଚିତ ନୁହେଁ ।'

ତେବେ କୋରୋନା ଏବଂ ଲଦାଖର ଗଲୱାନ ଘାଟିରେ ଚୀନ ସହ ଚାଲିଥିବା ବିବାଦ ସମ୍ପର୍କରେ ଗୃହମନ୍ତ୍ରୀ କହିଛନ୍ତି, 'ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଭାରତ ଉଭୟ ଯୁଦ୍ଧ ଜିତୁଛି । ଭାରତ ସରକାର କୋରୋନା ବିରୋଧରେ ଯୁଦ୍ଧ ଲଢୁଛନ୍ତି । ମୁଁ ରାହୁଲ ଗାନ୍ଧୀଙ୍କୁ କିଛି ପରାମର୍ଶ ଦେଇପାରିବି ନାହିଁ । ଏହା ତାଙ୍କ ଦଳର ନେତାଙ୍କ କାମ । କିଛି ଲୋକଙ୍କର ଦୋଷ ରହିଛି, ସେମାନେ ଠିକ ଜିନିଷକୁ ବି ଭୁଲ ଭାବରେ ଦେଖନ୍ତି । '

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.