ETV Bharat / bharat

ଶାହାଙ୍କ ସର୍ବଦଳୀୟ ବୈଠକରେ କଂଗ୍ରେସର ଦାବି: କୋରୋନା ପ୍ରଭାବିତ ପରିବାରକୁ 10 ହଜାର ସହାୟତା

author img

By

Published : Jun 15, 2020, 5:11 PM IST

କୋରୋନା ଭାଇରସ ଲଢେଇରେ ଆଜି ସର୍ବଦଳୀୟ ବୈଠକ ବସିଛି । ଭାଇରସ ସହ ଲଢେଇରେ କଂଗ୍ରେସ ଅନେକ ଦାବି ଉପସ୍ଥାପନା କରିଛି । କଂଗ୍ରେସର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦାବି ହେଉଛି ସମସ୍ତଙ୍କର କୋରୋନା ଟେଷ୍ଟ କରେଇବାର ଅଧିକାର ଅଛି ।

home minister amit shah
ଶାହାଙ୍କ ସର୍ବଦଳୀୟ ବୈଠକରେ କଂଗ୍ରେସର ଦାବି

ନୂଆଦିଲ୍ଲୀ: କୋରୋନା ଭାଇରସ ଲଢେଇରେ ଆଜି ସର୍ବଦଳୀୟ ବୈଠକ ବସିଛି । ଭାଇରସ ସହ ଲଢେଇରେ କଂଗ୍ରେସ ଅନେକ ଦାବି ଉପସ୍ଥାପନା କରିଛି । କଂଗ୍ରେସର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦାବି ହେଉଛି ସମସ୍ତଙ୍କର କୋରୋନା ଟେଷ୍ଟ କରେଇବାର ଅଧିକାର ଅଛି । କଂଗ୍ରେସ ସମସ୍ତଙ୍କ ପାଇଁ କୋରୋନା ପରୀକ୍ଷାକୁ ଉନ୍ମୁକ୍ତ କରିବା ପାଇଁ ଦାବି କରିଛି ।

କୋରୋନା ପ୍ରଭାବିତ ତଥା କଣ୍ଟେନମେଣ୍ଟ ଜୋନରେ ଥିବା ପରିବାରକୁ 10 ହଜାର ଲେଖାଏଁ ସହାୟତା ଦେବାକୁ ମଧ୍ୟ କହିଛି । ଏହାସହ ଡାକ୍ତର ଓ ସ୍ବାସ୍ଥ୍ୟକର୍ମଚାରୀଙ୍କ ସଂଖ୍ୟା ବଢାଇବାକୁ ପରାମର୍ଶ ଦେଇଛି । ଏଥିପାଇଁ ନର୍ସିଂ, ଫାର୍ମା, ମେଡିକାଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଠାରୁ ସାହାଯ୍ୟ ନେବାକୁ କହିଛି କଂଗ୍ରେସ ।

କେବଳ ରେଳ କୋଚ ନୁହେଁ ବରଂ ଷ୍ଟାଡିୟମ, ପ୍ରଦର୍ଶନୀ ସ୍ଥଳ, ବିଶ୍ବବିଦ୍ୟାଳୟରେ ମଧ୍ୟ କ୍ବାରେଣ୍ଟାଇନ ସେଣ୍ଟର କରିବାକୁ ଅନୁରୋଧ କରିଛି କଂଗ୍ରେସ । ପ୍ରକାଶଥାଉକି, କୋରୋନା ଭାଇରସ ରୋକିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା, ଆମ ଆଦମୀ ପାର୍ଟି ପକ୍ଷରୁ ସଞ୍ଜୟ ସିଂ, ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅନିଲ ଚୌଧୁରୀ ସାମିଲ ଥିଲେ । ଏହାସହ କେନ୍ଦ୍ର ଗୃହ ସଚିବ, କେନ୍ଦ୍ର ସ୍ବାସ୍ଥ୍ୟ ସଚିବ, ଦିଲ୍ଲୀର ଚିଫ୍ ସେକ୍ରେଟାରୀ ଓ ଦିଲ୍ଲୀର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ପ୍ରିନ୍ସିପାଲ୍ ସେକ୍ରେଟାରୀ ମଧ୍ୟ ଉପସ୍ଥିତ ଥିଲେ ।

ଦିଲ୍ଲୀରେ 24 ଘଣ୍ଟା ମଧ୍ୟରେ 2224 ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ 56 ଜଣଙ୍କର ମୃତ୍ୟୁ ହୋଇଛି। ରାଜଧାନୀରେ ସମୁଦାୟ କୋରୋନା ମାମଲା 41,182 ରେ ପହଞ୍ଚିଥିବାବେଳେ ଏପର୍ଯ୍ୟନ୍ତ 1327 ଜଣ ଲୋକ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିରେ ଦିଲ୍ଲୀର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ ଏକ ବଡ ଆହ୍ବାନ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.