ETV Bharat / bharat

2024 ସୁଦ୍ଧା ସମସ୍ତ ଅନୁପ୍ରବେଶକାରୀଙ୍କୁ ବିତାଡିତ କରାଯିବ: ଅମିତ ଶାହା - Home Min Amit Shah

ଝାଡଖଣ୍ଡ ବିଧାନସଭା ପାଇଁ ଚାଲିଛି ଜୋରଦାର ପ୍ରଚାର। ପ୍ରଚାର ଅବସରରେ ଗୃହମନ୍ତ୍ରୀ କହିଲେ ଏହି ଗୁରୁତ୍ବପୂର୍ଣ୍ଣ କଥା ...

PHOTO
ଅମିତ ଶାହା
author img

By

Published : Dec 2, 2019, 5:55 PM IST

ରାଞ୍ଚି: ଝାଡଖଣ୍ଡରେ ଚାଲିଛି ବିଧାନସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଏବେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଚାଲିଛି ଯୋରଦାର ପ୍ରଚାର । ଆଜି ଗୃହମନ୍ତ୍ରୀ ତଥା ବିଜେପି ସଭାପତି ଅମିତ ଶାହା ଝାଡଖଣ୍ଡର ବହାରାଗୋରାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ମନଇଛା ବର୍ଷିଛନ୍ତି।

ଅମିତ ଶାହା କହିଛନ୍ତି ରାହୁଲ ବାବା କହୁଛନ୍ତି ଏନଆରସି କାହିଁକି ଆଣୁଛ । ଅନୁପ୍ରବେଶକାରୀଙ୍କୁ କାହିଁକି ବିତାଡିତ କରୁଛ । ସେମାନେ କେଉଁଠିକି ଯିବେ? କଣ କରିବେ? ଶାହା ରାହୁଲଙ୍କୁ କଟାକ୍ଷ କରି ପ୍ରଶ୍ନ କରିଛନ୍ତି ଅନୁପ୍ରବେଶକାରୀ କ’ଣ ରାହୁଲ ଗାନ୍ଧୀଙ୍କ ଚାଚା ପୁଅ ଭାଇ? ଯାହା ଦ୍ବାରା ଅନୁପ୍ରବେଶକାରୀଙ୍କ ପାଇଁ ସେ ଏତେ ଚିନ୍ତିତ ବୋଲି କହିଛନ୍ତି। ଏହା ସହିତ ସେ କହିଛନ୍ତି ରାହୁଲ ଗାନ୍ଧୀ ଯାହା କହିବା କଥା କୁହନ୍ତୁ ଯାହା କରିବା କଥା କରନ୍ତୁ । କିନ୍ତୁ 2024 ପୂର୍ବରୁ ଦେଶରୁ ଚିହ୍ନଟ କରି ଗୋଟିଏ ଗୋଟିଏ ଅନୁପ୍ରବେଶକାରୀଙ୍କୁ ବାହାର କରାଯିବ । ଆଉ ଏହା ବିଜେପି ସରକାର କରି ଦେଖାଇବ ବୋଲି ସେ କହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.