ETV Bharat / bharat

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ମୁଜାହିଦ୍ଦୀନର ଜିଲ୍ଲା କମାଣ୍ଡର - hizbul mujahideen militant gunned down

ଜମ୍ମୁ-କାଶ୍ମୀରର ଡୋଡା ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ହଜିବୁଲ ମୁଜାହିଦ୍ଦୀନର ଜିଲ୍ଲା କମାଣ୍ଡର ହାରୁଣ  ହଫାଜକୁ ଏନକାଉଣ୍ଟରରେ ନିପାତ କରିଛନ୍ତି ସୁରକ୍ଷାକର୍ମୀ ।

hizbul-mujahideen-militant gunned-down
ଟଳିଲା ମୁଜାହିଦ୍ଦୀନର ଜିଲ୍ଲା କମାଣ୍ଡର
author img

By

Published : Jan 15, 2020, 2:50 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବୁଧବାର ବଡ ସଫଳତା ମିଳିଛି । ଜମ୍ମୁ-କାଶ୍ମୀରର ଡୋଡା ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦୀନର ଜିଲ୍ଲା କମାଣ୍ଡର ହାରୁଣ ହଫାଜକୁ ଏନକାଉଣ୍ଟରରେ ନିପାତ କରିଛନ୍ତି ସୁରକ୍ଷାକର୍ମୀ ।

ଡୋଡା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା । ଏହି ସମୟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ହାରୁଣ ଟଳିପଡିଥିବା ବେଳେ ସେଠାରେ ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବାର ଆଶଙ୍କା ପ୍ରକାଶ ପାଇଛି । ଏହପରେ ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ହାରୁଣ ହଫାଜକୁ ଭାରତୀୟ ସେନା ଦୀର୍ଘ ଦିନରୁ ଖୋଜୁଥିଲେ । ସେ ଆରଏସଏସ ନେତା ଚନ୍ଦ୍ରକାନ୍ତ ଶର୍ମାଙ୍କୁ ହତ୍ୟା କରିଥିଲା । ହାରୁଣ ଉପରେ 15 ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ରଖାଯାଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.