ETV Bharat / bharat

ଜାଣନ୍ତୁ ବିଶ୍ବ ଫଟୋଗ୍ରାଫି ଦିବସର ଇତିହାସ - History

ଅଗଷ୍ଟ 19 ବିଶ୍ବ ଫଟୋଗ୍ରାଫି ଦିବସ । ପ୍ରତିବର୍ଷ ଏହି ଦିନରେ ପାଳନ ହୁଏ ଫଟୋଗ୍ରାଫି ଡେ । ‘ଫଟୋ’ ସ୍ମୃତିର ମାଧ୍ୟମ । ଫଟୋରେ ବାନ୍ଧି ହୋଇ ରହିଯାଏ ଅନେକ ସ୍ମୃତି । ଆଉ ଶ୍ରେୟ ଯାଏ ସେଇ ଫଟୋଗ୍ରାଫରକୁ । ଯାହା ପାଇଁ ପାଳନ କରାଯାଏ ଏହି ଦିନ ।

ଡିଜାଇନ ଫଟୋ
author img

By

Published : Aug 20, 2019, 5:57 AM IST

Updated : Aug 20, 2019, 6:29 AM IST

ନୂଆଦିଲ୍ଲୀ: ପାଳିତ ହୋଇଯାଇଛି ବିଶ୍ବ ଫଟୋଗ୍ରାଫି ଦିବସ । ସମସ୍ତ ଫଟୋଗ୍ରାଫରଙ୍କ ପାଇଁ ଦିନ ଟିଏ । ଫଟୋ ଭିତରେ ସ୍ମୃତିକୁ ସାଇତି ରଖନ୍ତି ଏମାନେ । ଜୀବନର ପ୍ରତ୍ୟେକ ଦୁଃଖ ଓ ଖୁସିର ମୂହୂର୍ତ୍ତ କଏଦ ହୋଇରହିଯାଏ ଗୋଟିଏ ଫଟୋ ଭିତରେ । ଆଉ ସମସ୍ତ ଶ୍ରେୟ ଯାଏ ସୁନ୍ଦର ଭାବେ ଉତ୍ତୋଳନ କରିଥିବା ଫଟୋଗ୍ରାଫରଙ୍କୁ ।

ତେବେ ଆସନ୍ତୁ ଜାଣିବା କେବେ ଓ କେମିତି ଆରମ୍ଭ ହେଲା ଫଟୋଗ୍ରାଫି ଡେ....

ପ୍ରଥମେ ଆଜକୁ 182 ବର୍ଷ ପୂର୍ବେ ଫଟୋଗ୍ରାଫିର ବିକାଶ ଆରମ୍ଭ ହୋଇଥିଲା । 1839, 9 ଜାନୁଆରୀରେ ସଂପୂର୍ଣ୍ଣ ଭାବେ ଆରମ୍ଭ ହୋଇଥିଲା ଫଟୋଗ୍ରାଫି । ଦୁଇ ଫ୍ରେଞ୍ଚ ବୈଜ୍ଞାନିକ କଲୁଇସ ଡାଗେର ଏବଂ ଜୋସେଫ ନାଇସଫୋର ଫଟୋଗ୍ରାଫିର ପ୍ରଥମ ପ୍ରକ୍ରିୟା ‘ଡାଗୁଏରୋଟାଇପ’ର ଆରମ୍ଭ କରିଥିଲେ। ଫ୍ରାନ୍ସ ସରକାର1839ମସିହା 19 ଅଗଷ୍ଟ ଦିନ ଏହି ପ୍ରକ୍ରିୟାର ଘୋଷଣା କରିଥିଲେ। ସେବେ ଠାରୁ ଏହି ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ 19 ଅଗଷ୍ଟ ଦିନ ‘ୱାର୍ଲ୍ଡ ଫଟୋଗ୍ରାଫି ଡେ’ ପାଳନ କରାଯାଇଥାଏ।

ଆଉ ଧିରେ ଧିରେ ଫଟୋଗ୍ରାଫି ପ୍ରତି ଆକୃଷ୍ଟ ହେଲେ ଯୁବପିଢି। ଆଉ ଏହାକୁ ବୃତ୍ତି ଭାବେ ଭାବେ ମଧ୍ୟ ଗ୍ରହଣ କଲେ । ହେଲେ 2010 ମସିହାରୁ ଫଟୋଗ୍ରାଫିର କ୍ରେଜ ଅଧିକ ବଢିଥିବା କୁହାଯାଏ । 2010 ମସିହାରେ ଅଷ୍ଟ୍ରେଲିଆର ଜଣେ ଫଟୋଗ୍ରାଫର ଏହି ଦିନ ବିଷୟରେ ସଚେତନତା ଅଭିଯାନ ଆରମ୍ଭ କରିଥିଲେ। 270 ବନ୍ଧୁ ଫଟୋଗ୍ରାଫରଙ୍କ ସହ ମିଶି ସେ ଅନଲାଇନ ଗ୍ୟାଲେରୀ କରି ସାଧାରଣରେ ସବୁଠୁ ଭଲ ଫଟୋ ପ୍ରଦର୍ଶନ କରିଥିଲେ । ଏହି ଅନଲାଇନ ଫଟୋ ଗ୍ୟାଲେରୀ ଟ୍ରେଣ୍ଡ ହୋଇଯାଇଥିଲା। ଆଉ ପ୍ରତିବର୍ଷ ‘ୱାର୍ଲ୍ଡ ଫଟୋଗ୍ରାଫି ଡେ’ ରେ ଅନଲାଇନ ଗ୍ୟାଲେରୀର ପ୍ରଦର୍ଶନ ହୋଇଆସୁଛି।

Intro:Body:

BLANK FOR LINK  

Conclusion:
Last Updated : Aug 20, 2019, 6:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.