ଚଣ୍ଡିଗଡ: ବିଜେପି ନେତ୍ରୀ ସୋନାଲି ଫୋଗାଟ ହିସାର ମାର୍କେଟ କମିଟି ସଚିବ ସୁଲତାନ ସିଂଙ୍କୁ ଚାପୁଡା ମାରିବା ମାମଲା ଆଗକୁ ବଢିଛି। ମାର୍କେଟ କମିଟି ସଚିବ ସୁଲତାନ ସିଂଙ୍କ ଅଭିଯୋଗ ଉପରେ ସୋନାଲି ଫୋଗାଟ ଓ ତାଙ୍କ ସହକର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୋନାଲି ସୁଲତାନ ସିଂଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି।
ଏହି ପ୍ରସଙ୍ଗରେ କଂଗ୍ରେସ ଖଟ୍ଟର ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଜିଲ୍ଲା ଅଧିକାରୀଙ୍କ ରିପୋର୍ଟ ମାଗିଛନ୍ତି। ଏହି ଚାପୁଡା ମାମଲାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୋନାଲି ଫୋଗାଟ କେବଳ ବଜାର କମିଟିର ସଚିବଙ୍କୁ ଚାପୁଡା ମାରିବା ସହ ଚପଲରେ ପିଟିଥିଲେ।
ସୋନାଲି ଫୋଗାଟ ହରିୟାଣାର ହିସାରରେ ଥିବା ଶସ୍ୟ ବଜାରରେ ପହଞ୍ଚି ସେଠାରେ ମାର୍କେଟ କମିଟିର ସଚିବଙ୍କ ସହ କିଛି ଆଲୋଚନା କରିଥିଲେ। ମାମଲା ଏତେ ବଢିଲା ଯେ ସୋନାଲି ଫୋଗାଟ ତାଙ୍କୁ ଚାପୁଡା ମାରିଥିଲେ ଓ ଆଦୌ ଅଟକି ନଥିଲେ। ସେ ବଜାର କମିଟିର ସଚିବଙ୍କୁ ଚପଲରେ ପିଟିଥିଲେ।
ସେଠାରେ ଠିଆ ହୋଇଥିବା ଲୋକମାନେ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ଭାଇରାଲ କରିଥିଲେ । ଏଥିରେ ସୋନାଲି ଫୋଗେଟ୍ ସଚିବଙ୍କୁ ଚାପୁଡା ମାରିବା ସ୍ପଷ୍ଟ ଦେଖାଯାଉଛି। ଅନ୍ୟପକ୍ଷେ ସୋନାଲି ଫୋଗାଟ ଦାବି କରିଛନ୍ତି ଯେ ମାର୍କେଟ କମିଟିର ସଚିବ ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିଲେ ଓ ସେଥିପାଇଁ ସେ ତାଙ୍କୁ ପିଟିଥିଲେ।