ETV Bharat / bharat

କ୍ରମାଗତ ତୃତୀୟ ଥର ପାଇଁ ନିଯୁକ୍ତିରେ 61 ପ୍ରତିଶତ ହ୍ରାସ

author img

By

Published : Jun 9, 2020, 10:37 PM IST

ଦେଶରେ କୋଭିଡ-19 ମହାମାରୀ ପାଇଁ କଟକଣା ଜାରି ରହିଛି । ଏଭଳି ସ୍ଥିତିରେ ଅର୍ଥନୀତି ଠାରୁ ଆରମ୍ଭ କରି ପର୍ଯ୍ୟଟନ ସବୁ ବାଧାପ୍ରାପ୍ତ । ଏହାସହ ନିଯୁକ୍ତ ନେଇ ମଧ୍ୟ ଏକ ବଡ ସମସ୍ୟା ସାମ୍ନାକୁ ଆସିଛି ।

Naukri.com
61 ପ୍ରତିଶତ ନିଯୁକ୍ତି ହ୍ରାସ

ନୂଆଦିଲ୍ଲୀ: ଦେଶରେ କୋଭିଡ-19 ମହାମାରୀ ପାଇଁ ଅନେକ କଟକଣା ଜାରି ରହିଛି । ଏଭଳି ସ୍ଥିତିରେ ଅର୍ଥନୀତି ଠାରୁ ଆରମ୍ଭ କରି ପର୍ଯ୍ୟଟନ ସବୁ ବାଧାପ୍ରାପ୍ତ । ଏହାସହ ନିଯୁକ୍ତ ନେଇ ମଧ୍ୟ ଏକ ବଡ ସମସ୍ୟା ସାମ୍ନାକୁ ଆସିଛି । ଦେଶରେ ମେ ମାସରେ ପ୍ରାୟ 61 ପ୍ରତିଶତ ନିଯୁକ୍ତି ହ୍ରାସ ପାଇଛି । କ୍ରମାଗତ ଭାବେ ତୃତୀୟ ଥର ନିଯୁକ୍ତିରେ 60 ପ୍ରତିଶତ ହ୍ରାସ ଘଟିଛି ବୋଲି ସୂଚନା ମିଳିଛି ।

ହୋଟେଲ, ଭ୍ରମଣ ଓ ବିମାନ କ୍ଷେତ୍ରରେ ନିଯୁକ୍ତି 91 ପ୍ରତିଶତ ହ୍ରାସ ହୋଇଥିବାବେଳେ ଖୁଚୁରା ବ୍ୟବସାୟରେ 87 ପ୍ରତିଶତ ଓ ବିଏଫଏସଆଇରେ 70 ପ୍ରତିଶତ ହ୍ରାସ ପାଇଛି ।

ନିକଟରେ ନିଯୁକ୍ତିଦାତା ଓ ଏଚଆର ହେଡଙ୍କ ସହ କରାଯାଇଥିବା ଏକ ସର୍ଭେରେ ପ୍ରାୟ 39 ପ୍ରତିଶତ ଲୋକ କହିଛନ୍ତି ଯେ ବର୍ତ୍ତମାନ ଜରୁରୀକାଳୀନ ନିଯୁକ୍ତି ଚାଲିଛି । ଲକଡାଉନ୍ ସମୟରେ ଫାର୍ମା, ସ୍ବାସ୍ଥ୍ୟସେବା, ବୀମା ଓ ଆଇଟି-ସଫ୍ଟୱେୟାର ପୋଷ୍ଟିଂ ଭଳି ଶିଳ୍ପରେ ବର୍ତ୍ତମାନ ପୋଷ୍ଟିଂ କରାଯାଉଛି । ମେ ମାସରେ NaukriJobSpeak ଇଣ୍ଡେକ୍ସ ଅନୁସାରେ, 50 ପ୍ରତିଶତରୁ ଅଧିକ ନିଯୁକ୍ତି ବଜାରରେ ହ୍ରାସ ପାଇଛି । ଏପରିକି କୋଲକାତା, ଦିଲ୍ଲୀ ଓ ମୁମ୍ବାଇ ମେଟ୍ରୋ ରେ ମଧ୍ୟ ନିଯୁକ୍ତି ହ୍ରାସ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.