ETV Bharat / bharat

ପାକିସ୍ତାନରେ ଠିଆ ହେବ କ୍ରୀଷ୍ଣ ମନ୍ଦିର, ଭାସି ଆସିବ ହରେ କ୍ରୀଷ୍ଣ, ହରେ ରାମ ମନ୍ତ୍ର - ପାକିସ୍ତାନରେ ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବ କ୍ରୀଷ୍ଣ ମନ୍ଦିର

ପାକିସ୍ତାନରେ ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବ କ୍ରୀଷ୍ଣ ମନ୍ଦିର। ସରକାରୀ ଦଳର ହିନ୍ଦୁ ସାଂସଦଙ୍କ ଦୃଢୋକ୍ତି ଓ ବୟାନ ପରେ ମନ୍ଦିର ନିର୍ମାଣ ନେଇ ଖୋଲିଛି ରାସ୍ତା। କୋଟି କୋଟି ହିନ୍ଦୁ ଭକ୍ତଙ୍କ ଦୃଢୀଭୁକ୍ତ ହେଉଛି ସମ୍ଭାବନା।

ପାକିସ୍ତାନରେ ଠିଆ ହେବ  କ୍ରୀଷ୍ଣ ମନ୍ଦିର, ଶୁଭିବ ହରେ କ୍ରୀଷ୍ଣ ହରେ ରାମ

author img

By

Published : Jul 18, 2020, 10:26 AM IST

ଇସଲାମବାଦ୍: ବାରୁଦ ଗଦାରେ ଛିଡା ହୋଇଥିବା ପାକିସ୍ତାନରେ ଠିଆ ହେବ ମନ୍ଦିର। ଆତଙ୍କବାଦ ନିଆଁରେ କୁହୁଳି ଦେଶରେ ଜଳିବ ଯଜ୍ଞ ଓ ହୋମ କାଠର ନିଆଁ। ହିନ୍ଦୁ ମନ୍ଦିରରୁ ଭାସି ଆସିବ ହରେ କ୍ରୀଷ୍ଣ, ହରେ ରାମ ନାମ। ଭଗବାନ ଶ୍ରୀ କ୍ରୀଷ୍ଣଙ୍କ ଦର୍ଶନ କରି ପୂଣ୍ୟ ଅର୍ଜନ କରିବେ ପାକିସ୍ତାନର ହିନ୍ଦୁ ସମାଜ। ଆରାଧ୍ୟ ଦେବତାଙ୍କୁ ଦର୍ଶନ କରି ଲଭିବେ ମାନସିକ ଶାନ୍ତି। କାରଣ ପାକିସ୍ତାନରେ ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବ କ୍ରୀଷ୍ଣ ମନ୍ଦିର। ସରକାରୀ ଦଳର ହିନ୍ଦୁ ସାଂସଦଙ୍କ ଦୃଢୋକ୍ତି ଓ ବୟାନ ପରେ ମନ୍ଦିର ନିର୍ମାଣ ନେଇ ଖୋଲିଛି ରାସ୍ତା। କୋଟି କୋଟି ହିନ୍ଦୁ ଭକ୍ତଙ୍କ ଦୃଢୀଭୁକ୍ତ ହେଉଛି ସମ୍ଭାବନା।

ଏପରି ଏକ କାଳରେ ମନ୍ଦିର ନିର୍ମାଣ ନେଇ ଖବର ଆସିଛି। ଯେଉଁ ସମୟରେ ପାକିସ୍ତାନ ସ୍ଥିତ ଅନେକ ହିନ୍ଦୁ ମନ୍ଦିରକୁ ଧ୍ବସାଂଭିମୁଖୀ କରାଯାଉଛି ବା ଭାଙ୍ଗି ଦିଆଯାଉଛି। ଭାରତ ଓ ପାକିସ୍ତାନ ସମ୍ପର୍କ ଚରମ ସୀମାରେ ଥିବା ବେଳେ ପାକ ସ୍ଥିତ ହିନ୍ଦୁଙ୍କ ସ୍ଥିତ ଓ ଅବସ୍ଥା ସର୍ବଦା ଚର୍ଚ୍ଚାରେ ରହିଥାଏ। ଠିକ୍ ଏହି ସମୟରେ ହିନ୍ଦୁ ମନ୍ଦିର ଭାଙ୍ଗିବା ଭଳି ଖବର ଆସିବା ପରେ ଭାରତ ସରକାର ଅନୌପୋଚାରିକ ଭାବେ ଉଦବେଗ ପ୍ରକାଶ କରିଥିଲେ। କିନ୍ତୁ କ୍ରୀଷ୍ଣ ମନ୍ଦିର ନିର୍ମାଣ ନେଇ ଖବର ଆସିବା ପରେ ପାକ୍ ସ୍ଥିତ ହିନ୍ଦୁ ଖୁସି ହୋଇଛନ୍ତି।

ଖାଇବର ପାଖ୍ଟନଖୱାସ୍ଥିତ ଶାସକ ପାକିସ୍ତାନ ତେହେରିକ-ଇ-ଇନସାଫ ଦଳର ଜଣେ ହିନ୍ଦୁ ସାଂସଦ ଶୁକ୍ରବାର ଦିନ ପ୍ରାଦେଶିକ ସଭାକୁ କହିଛନ୍ତି ଯେ ଇସଲାମାବାଦରେ କୃଷ୍ଣ ମନ୍ଦିର ନିର୍ମାଣକୁ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ସ୍ୱାଗତ କରିବେ। ଇସଲାମାବାଦର ପ୍ରଥମ ମନ୍ଦିର କୃଷ୍ଣ ମନ୍ଦିର ପାଇଁ ପାକିସ୍ତାନ ସରକାର 10 କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଯାହା H-9 ପ୍ରଶାସନିକ ବିଭାଗରେ 20,000 ବର୍ଗଫୁଟ ପ୍ଲଟ ଉପରେ ଆସିବ।

ମନ୍ଦିର ନିର୍ମାଣ ପ୍ରସଙ୍ଗରେ ସୋସିଆଲ ମିଡିଆରେ ହିନ୍ଦୁ ଦେବତାଙ୍କ ବିରୁଦ୍ଧରେ ହୋଇଥିବା ଅପମାନଜନକ ମନ୍ତବ୍ୟକୁ ନିନ୍ଦା କରି କୁମାର ଏହି ସପ୍ତାହରେ ପ୍ରାଦେଶିକ ସଚିବାଳୟରେ ଏକ ପିଟିସନ ଦାଖଲ କରିଛନ୍ତି। ହିନ୍ଦୁ ଧର୍ମ ବିରୁଦ୍ଧରେ ଏହି ନକାରାତ୍ମକ ପ୍ରଚାର କେବଳ ପାକିସ୍ତାନରେ ନୁହେଁ ସମଗ୍ର ବିଶ୍ୱରେ ହିନ୍ଦୁ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଛି ବୋଲି ପିଟିସନରେ ଦର୍ଶାଯାଇଛି। ଜୁଲାଇ 8 ରେ, ପାକିସ୍ତାନୀ କୋର୍ଟ ଇସଲାମାବାଦରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣକୁ ଚ୍ୟାଲେଞ୍ଜ କରୁଥିବା ତିନୋଟି ସମାନ ଆବେଦନକୁ ଖାରଜ କରିଦେଇଥିଲେ।

ଇସଲାମାବାଦ ହାଇକୋର୍ଟର ଗୋଟିଏ ବେଞ୍ଚ ଏହି ରାୟ ପ୍ରଦାନ କରି ସ୍ପଷ୍ଟ କରିଛନ୍ତି ଯେ ହିନ୍ଦୁ ପଞ୍ଚାୟତ ପ୍ରତିଷ୍ଠାନରେ ନିଜସ୍ୱ ପାଣ୍ଠି ବ୍ୟବହାର କରି ଆବଣ୍ଟିତ ଜମିରେ ମନ୍ଦିର ନିର୍ମାଣ କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ହିନ୍ଦୁମାନେ ପାକିସ୍ତାନର ସବୁଠାରୁ ବଡ ସଂଖ୍ୟାଲଘୁ ସମ୍ପ୍ରଦାୟ ଗଠନ କରନ୍ତି। ସରକାରୀ ଆକଳନ ଅନୁଯାୟୀ ପାକିସ୍ତାନରେ 75 ଲକ୍ଷ ହିନ୍ଦୁ ବାସ କରନ୍ତି। ତେବେ ସମ୍ପ୍ରଦାୟ ଅନୁଯାୟୀ ଦେଶରେ 90 ଲକ୍ଷରୁ ଅଧିକ ହିନ୍ଦୁ ବାସ କରୁଛନ୍ତି। ପାକିସ୍ତାନର ଅଧିକାଂଶ ହିନ୍ଦୁ ଜନସଂଖ୍ୟା ସିନ୍ଧ ପ୍ରଦେଶରେ ବସବାସ କରନ୍ତି ଯେଉଁଠାରେ ସେମାନେ ମୁସଲମାନମାନଙ୍କ ସହିତ ସଂସ୍କୃତି, ପରମ୍ପରା ଏବଂ ଭାଷା ବାଣ୍ଟିଥାନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.