ETV Bharat / bharat

ହିମାଚଳ ପ୍ରଦେଶରେ ଭୂସ୍ଖଳନ: 22 ମୃତ, 2 ନିଖୋଜ

author img

By

Published : Aug 19, 2019, 3:15 PM IST

ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ। ମଣ୍ଡି ସହର ଦେଇ ଯାଉଥିବା ଚଣ୍ଡିଗଡ-ମନାଲି ଜାତୀୟ ରାଜପଥ ଅବରୋଧ ହେବା ସହ ଯାନବାହାନ ସବୁ ଅଟକି ରହିଛି । ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରିବାକୁ 300 ଗାଡି ନିୟୋଜିତ କରାଯାଇଥିବା ବେଳେ ରାସ୍ତା ସଫେଇ କାର୍ଯ୍ୟ ଜାରି ରହିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସିମଲା: ହିମାଚଳ ପ୍ରଦେଶରେ ବର୍ଷାର ତାଣ୍ଡବ । ଗତ ଦୁଇ ଦିନ ଧରି ରାଜ୍ୟରେ ଜାରି ରହିଥିବା ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଫଳରେ ମଣ୍ଡି ସହର ଦେଇ ଯାଉଥିବା ଚଣ୍ଡିଗଡ-ମନାଲି ଜାତୀୟ ରାଜପଥ ଅବରୋଧ ହେବା ସହ ଯାନବାହାନ ସବୁ ଅଟକି ରହିଛି ।

ଗତ 2 ଦିନର ବର୍ଷାରେ ପାଖାପାଖି 20 କୋଟିର ସରକାରୀ ଓ ବେସରକାରୀ ସମ୍ପତ୍ତିର କ୍ଷୟକ୍ଷତି ହୋଇଥିବାବେଳେ ଏଯାବତ ସମୁଦାୟ 547କୋଟିର ସମ୍ପତ୍ତି ନଷ୍ଟ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା 22ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ନିଖୋଜ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମିଳିଥିବା ରିପୋର୍ଟ ଅନୁସାରେ ଫସି ରହିଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରିବାକୁ 300 ଗାଡି ନିୟୋଜିତ କରାଯାଇଥିବା ବେଳେ ରାସ୍ତା ସଫେଇ କାର୍ଯ୍ୟ ଜାରି ରହିଛି । ବର୍ଷାର ଏହି ବିତ୍ପାତକୁ ଦେଖି ରବିବାର ପଞ୍ଜାବର ରୋପଡ ସହରରୁ ହିମାଚଳକୁ ଆସୁଥିବା 12ଟି ରେଳକୁ ସ୍ଥଗିତ ରଖିଥିଲା ବିଭାଗ । ଭୂସ୍ଖଳନ ପରେ ସିମଲା-କାଲକା ମଧ୍ୟରେ ରେଳ ଯାତାୟତର ସ୍ଥିତି ସ୍ବଭାବିକ ହୋଇଛି ।

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ବର୍ଷା ହୋଇଛି । ଯାହା 70 ବର୍ଷର ରେକର୍ଡକୁ ଭାଙ୍ଗିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିବ ।

ବର୍ଷାକୁ ଦୃଷ୍ଟିରେ ରଖି ସୋମବାର କୁଲ୍ଲୁ, ସିମଲାର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ଘୋଷଣା କରାଯିବା ସହ ସମୁଦ୍ର ଓ ନଦୀକୂଳିଆବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

Intro:Body:

sb

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.