ଶିମଳା: ଦେଶରେ ଜାରି ରହିଛି ବର୍ଷା । ଯାହା ଅସ୍ତବ୍ୟସ୍ତ ହୋଇ ପଡିଛି ଜନଜୀବନ । ଉତ୍ତର ଭାରତର ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଯାହାର ଫଳ ସ୍ବରୂପ ପାହାଡି ରାଜ୍ୟ ହିମାଚଳ ପ୍ରଦେଶରେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ରାଜ୍ୟର ଶିମଳା ଜିଲ୍ଲାର ବାଧଲଗାଁରେ ଜାତୀୟ ରାଜମାର୍ଗ-5 ପ୍ରବଳ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ସେହିପରି ରାଜ୍ୟର ଅନ୍ୟତମ ଜିଲ୍ଲା ଚମ୍ବାରେ ଅତି ପ୍ରବଳ ବର୍ଷା ଯୋଗୁଁ ପୋଲ ଧୋଇ ହେଇଯାଇଛି। ହାଦସରର ଭରମୌରକୁ ସଂଯୋଗ କରିଥିବା 'ଭାରଙ୍ଗଲା ନାଳ' ପାଖରେ ଥିବା ପୋଲଟି ଧୋଇ ହୋଇଯାଇଛି । ଫଳରେ ମଣିମହେଶ ଯାତ୍ରାକୁ କିଛି ଦିନ ପାଇଁ ବନ୍ଦ କରାଯାଇଛି।