ETV Bharat / bharat

ହିମାଚଳ ପ୍ରଦେଶରେ ଭୂସ୍ଖଳନ, ଯାତାୟତ ଠପ୍ - Kinnaur

ହିମାଳୟ ପାଦଦେଶସ୍ଥ ରାଜ୍ୟ ହିମାଚଳ ପ୍ରଦେଶରେ ଭୂସ୍ଖଳନ। ଯାହା ଫଳରେ ଜାତୀୟ ରାଜପଥ-5ରେ ଯାତାୟତ ଠପ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଯାନବାହାନ ଅଟକି ରହିଛି । ସ୍ଥିତି ସ୍ବାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Feb 12, 2019, 1:35 PM IST

ଶିମଲା: ହିମାଚଳ ପ୍ରଦେଶରେ ଭୂସ୍ଖଳନ। ଫଳରେ ଜାତୀୟ ରାଜପଥ-5ରେ ଯାତାୟତ ଠପ ହୋଇଯାଇଛି। ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ବହୁ ଯାନବାହାନ। ସ୍ଥିତି ସ୍ବାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି।

ହିମାଚଳ ପ୍ରଦେଶର କିନ୍ନୁର ଜିଲ୍ଲାର ନଥପାରେ ହୋଇଛି ଏହି ଭୂସ୍ଖଳନ। ରାସ୍ତାରେ ମାଟି ଅତଡା ପଡି ରହିଛି। ଏହାକୁ ହଟାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି। ଏପଟେ ଜାତୀୟ ରାଜପଥ-5ରେ ଯିବା ଆସିବା ବାଧାପ୍ରାପ୍ତ ହୋଇଛି । ଫଳରେ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଅବକାରୀ ବିଭାଗ ହାତରେ ଧରପଡିଛି ପୋଲିସ ଇନିଫ୍ରମର ।

ରାଜଧାନୀ ରେ ପୁଣି ଥରେ ଜବତ ହେଲା ବ୍ରାଉନ ଶୁଗାର୍। ଲକ୍ଷ୍ମୀ ସାଗର ଥାନା ଅଧୀନରେ ଥିବ ହଳଦୀ ପଡିଆ ଅଞ୍ଚଳରୁ ଜବତ କରିଛି ୧୦୫ ଗ୍ରାମ ବ୍ରାଉନ ଶୂଗାର। ବ୍ରାଉନ ଶୂଗାର୍ ର ଆନୁମାନିକ ମୂଲ୍ୟ ୧୦ଲକ୍ଷ ରୁ ଅଧିକ । ବ୍ରାଉନ ସୁଗାର ସମେତ ଜଣେ ଯୁବକକୁ ଗିରଫ କରିଛି ଅବକାରୀ ବିଭାଗ। ଯୁବକ ଜଣଙ୍କ ସନ୍ତୋଷ ସହୁ। ସନ୍ତୋଷ ଜଣେ ପୋଲିସ ର ଇନିଫ୍ରମର ।

ସନ୍ତୋଷ ଜଣେ ବିଶ୍ଵସ୍ତ ଇନିଫ୍ରମର । ଯାହା କୁ ନେଇ ବିଭିନ୍ନ ସମୟରେ ପୋଲିସ କୁ ଖବର ଦେଇଥାଏ। କିଏ କେଉଁଠି କେତେବେଳେ ବ୍ରାଉନ ସୁଗାର ବିକ୍ରିକରେ। କିନ୍ତୁ ନିଜେ ଆଜି ଅବକାରୀ ମାୟା ଜାଲରେ ଫସିଗଲେ । ଅବକାରୀ ବିଭାଗ ସନ୍ତୋଷ ଙ୍କୁ ବହୁ ଦିନ ଆଗରୁ ସନ୍ଦେହ କରିଆସୁଥିଲେ ମଧ୍ୟ ସବୁ ସମୟରେ ଖସି ଯାଉଥିଲା ସନ୍ତୋଷ। ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗ ହଲଦିପଡିଆ ବସ୍ତି ରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ସେହି ସମୟରେ ସନ୍ତୋଷ ସାହୁ ଙ୍କ ପାଖ ରୁ ୧୦୫ଗ୍ରାମ ର ବ୍ରାଉନ ସୁଗାର ମିଳିଥିଲା। ଖୋଲା ବଜାରରେ ଅଧିକ ଟଙ୍କା ଆଶାରେ ବିକ୍ରି କରୁଥିଲା ସନ୍ତୋଷ। ପୋଲିସ କୁ ବାରମ୍ବାର ଏ ବିଷୟରେ ଖବର ଦେଇଥିଲା ସନ୍ତୋଷ । ନିଜେ ପୋଲିସ ଆଢ଼ୁଆଳରେ ରହି କାରବାର ଚଲେଇଥିଲା । କାହାକୁ ବିକ୍ରି କରୁଥିଲା , କାହା ପାଖ ରୁ ଆଣୁଥିଲା ସେ ନେଇ ଖୋଳତାଡ଼ କରିବ ଅବକାରୀ ବିଭାଗ। 

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.