ସିମଲା : କୋଭିଡ-19 ରିଲିଫ ପାଣ୍ଠିକୁ 1 ଲକ୍ଷ ଦାନ କଲେ ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କୋଭିଡ-19 ସଲିଡାରିଟି ରେସପନ୍ସ ପାଣ୍ଠି ପାଇଁ 1 ଲକ୍ଷ ଟଙ୍କା ଦାନ କରିଛନ୍ତି ବୋଲି ସୋମବାର ଅଧିକାରୀଙ୍କ ସୁତ୍ରରୁ ଜଣାପଡିଛି ।
ଏହି ପାଣ୍ଠି ସ୍ବାସ୍ଥ୍ୟ କର୍ମୀ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ଅଧିକାରୀଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇବା ତଥା ଔଷଧ ସମେତ ଅତ୍ୟାବଶ୍ୟକ ଦ୍ରବ୍ୟର ସୁଗମ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସୃଷ୍ଟି କରାଯାଇଛି ।
ଏହା ସହ ପାଣ୍ଠିକୁ ଅଧିକ ମାତ୍ରାରେ ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ ମଧ୍ୟ କରିଛନ୍ତି ଯାହାଦ୍ବାରା ଆବଶ୍ୟକତା ଥିବା ଲୋକମାନେ ଉପକୃତ ହୋଇପାରିବେ ।
@IANS