ନୂଆଦିଲ୍ଲୀ: ଦେଶରେ ହୁ ହୁ ମାଡି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି କ୍ରମରେ 24 ଘଣ୍ଟାରେ ଦେଶରେ ସର୍ବାଧିକ 32 ହଜାର 695 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 606 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9 ଲକ୍ଷ 68 ହଜାର 876ରେ ପହଞ୍ଚିଛି ।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 3 ଲକ୍ଷ 31 ହଜାର 146 ଆକ୍ରାନ୍ତ ଏବେବି ଆକ୍ଟିଭ ଥିବାବେଳେ 6 ଲକ୍ଷ 12 ହଜାର 815 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହା ଏକ ଆଶ୍ବସ୍ତିକର ଖବର । ସେହିପରି ଏବେସୁଦ୍ଧା କୋରୋନା କାରଣରୁ ଦେଶରେ 24 ହଜାର 915 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।
ବର୍ତ୍ତମାନ କୋରୋନା କବଳରେ ବିଶ୍ବର 188 ଦେଶ । ଏବେସୁଦ୍ଧା ବିଶ୍ବରେ ପାଖାପାଖି 13,516,656 ଲୋକ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 583450 ଆକ୍ରାନ୍ତ କୋରୋନାରେ ପ୍ରାଣ ହରାଇଛନ୍ତି ।
ଜନ ହପକିନ୍ସ କୋରୋନା ଟ୍ରାକର ଅନୁଯାୟୀ, କୋରୋନା ଦୃଷ୍ଟିରୁ ଭାରତ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି । ସେହିପରି ବିଶ୍ବରେ ଆମେରିକା କୋରୋନା ମାମଲା ଦୃଷ୍ଟିରୁ ପ୍ରଥମ(3497767) ଏବଂ ଦ୍ବିତୀୟରେ ବ୍ରାଜିଲ(1966748) ରହିଛି ।