ETV Bharat / bharat

ସୀମା ଟପିଲା ବିରୋଧୀଙ୍କ ଆକ୍ରୋଶ; ବାଚସ୍ପତିଙ୍କୁ ଚେୟାରରୁ ଆଣିଲେ ଟାଣି - congress mlc forcefully remove chairman

ଗୃହରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିବା ସହ ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଲେ ବିରୋଧୀ । ଏକ ବିଲକୁ ବିରୋଧ କରିବାକୁ ଯାଇ ଗୃହର ଅଧ୍ୟକ୍ଷଙ୍କୁ ଚେୟାରରୁ ଜୋରଜବରଦସ୍ତ ଉଠାଇ ଆଣିଲେ ବିରୋଧୀ । ଅଧିକ ପଢନ୍ତୁ...

ସୀମା ଟପିଲା ବିରୋଧୀଙ୍କ ଆକ୍ରୋଶ
ସୀମା ଟପିଲା ବିରୋଧୀଙ୍କ ଆକ୍ରୋଶ
author img

By

Published : Dec 15, 2020, 9:51 PM IST

ବେଙ୍ଗାଲୁରୁ: ଦେଶର ସଂସଦ ହେଉ କି ରାଜ୍ୟର ବିଧାନସଭା ଗୁଡିକରେ ନୂତନ ବିଲ କିମ୍ବା ଆଇନ ଉପରେ ଆଲୋଚନା ସମୟରେ ବିରୋଧୀ ହଙ୍ଗମା କରିଥାନ୍ତି । ବେଳେ ବେଳେ ବିରୋଧ କରିବାକୁ ଯାଇ ଗୃହରେ ଭଙ୍ଗାରୁଜା କରିବା ସହ ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରୁଥିବାର ନଜିର ରହିଛି । ହେଲେ ଆଜି ଯେଉଁଭଳି କର୍ଣ୍ଣାକଟର ବିଧାନ ପରିଷଦରେ ହେଲା ତାହା ସମସ୍ତ ଗାରିମାକୁ ମାଟିରେ ମିଶାଇ ଦେଇଛି । ଗୃହର ଅଧ୍ୟକ୍ଷ ତଥା ବାଚସ୍ପତିଙ୍କୁ ଠେଲାପେଲା କରିବା ସହ ତାଙ୍କୁ ତାଙ୍କ ଚେୟାରରୁ ଜୋରଜବରଦସ୍ତ ଟାଣି ନେଇଥିଲେ କଂଗ୍ରେସ ବିଧାୟକ ।

କର୍ଣ୍ଣାଟକରେ କ୍ଷମତାସୀନ ବିଜେପି ସରକାର ବୁଧବାର ଗୋ-ହତ୍ୟା ବିରୋଧୀ ବିଲ ବିଧାନସଭାରେ ପାସ କରାଇଥିଲେ । ବିଲରେ ଥିବା ପ୍ରାବଧାନ ଅନୁଯାୟୀ, ରାଜ୍ୟରେ ଗୋ-ହତ୍ୟା ସହିତ ମଇଁଷୀ ତସ୍କରୀ ଓ ଅତ୍ୟାଚାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେବେ ଏହି ବିଲ ଉପରେ ଆଜି ଗୃହରେ ଆଲୋଚନା କରାଯାଇଥାନ୍ତା । ଆଉ ଏଥିପାଇଁ କଂଗ୍ରେସ ନିଜ ସଦସ୍ୟଙ୍କ ପାଇଁ ହ୍ବିପ ମଧ୍ୟ ଜାରି କରିଥିଲା । ହେଲେ ବିଧାନ ପରିଷଦର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ଚେୟାରରେ ଡେପୁଟି ଚ୍ୟାୟାରମ୍ୟାନଙ୍କୁ ଦେଖିବା ପରେ କଂଗ୍ରେସ ସଦସ୍ୟମାନେ ହଙ୍ଗମା ହଟ୍ଟଗୋଳ କରିବା ସହ ଏକ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିଥିଲେ । ଉତ୍ତେଜନା ମଧ୍ୟରେ ଉପରାଷ୍ଟ୍ରପତିଙ୍କୁ ଘରୁ ବାହାର କରି ଦେଇଥିଲେ । ଏହା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି ।

ସେପଟେ, ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବିଜେପି ବିଧାନ ପରିଷଦର ସଦସ୍ୟମାନେ କହିଛନ୍ତି, ଏପରି ଦୃଶ୍ୟ ଦେଖିବା ପରେ ଲୋକଙ୍କ ମୁଣ୍ଡ ଲଜ୍ଜାରେ ନଇଁ ଯାଉଥିବ ।

ଏହା ଉପରେ କଂଗ୍ରେସ ଏମଏଲସି ପ୍ରକାଶ ରାଠୋର କହିଛନ୍ତି ଯେ, ଗୃହର କାର୍ଯ୍ୟ ଚାଲୁ ନଥିବା ବେଳେ ବିଜେପି ଏବଂ ଜେଡିଏସ ଅଧ୍ୟକ୍ଷଙ୍କୁ ବେଆଇନ ଭାବେ ଅଧ୍ୟକ୍ଷ କରିଥିଲେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ବିଜେପି ଏଭଳି ଅସାମ୍ବିଧାନିକ କାର୍ଯ୍ୟ କରୁଛି। ଏହାକୁ ବିରୋଧ କରିବା ସତ୍ତ୍ବେ ସେ ଆସନ ଛାଡିବାକୁ ରାଜି ହୋଇନଥିଲେ । ଫଳରେ କଂଗ୍ରେସ ତାଙ୍କୁ ଚେୟାରରୁ ଉଠାଇବାକୁ ଚେଷ୍ଟା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.