ଇଟ୍ଟାନଗର: ବିନା ପ୍ରଶାସନ ଓ ପୋଲିସର ହସ୍ତକ୍ଷେପରେ ଆମେ ଆମ ନିଜକୁ ଆଇସୋଲେଟ କରିପାରିବା । ନିଜ ସୁରକ୍ଷା ଆମେ ନିଜେ କରି ପାରିବା । ପ୍ରଶାସନର ବହୁମୂଲ୍ୟ ସମୟ ଆମେ ନଷ୍ଟ କରିବା ନାହିଁ । ଏପରି କିଛି ଚିନ୍ତାଧାରା ନେଇ ହିମାଞ୍ଚଳ ପ୍ରଦେଶର ଦୁଇଟି ଗାଁ କୋମିକ ଓ ମାଲାନା ଏପରି କରି ଦେଖାଇଛନ୍ତି ।
ଏହି ଦୁଇ ଗାଁ ପର୍ଯ୍ୟଟନସ୍ଥଳୀ ଭାବରେ ବେସ ପରିଚିତ । ଗୋଟିଏ ସର୍ବୋଚ୍ଚ ସଡକପଥ ଭାବରେ ପରିଚିତ ଥିବାବେଳେ ଆରଟି ପର୍ଯ୍ୟଟନ ଆକର୍ଷଣ ଏବଂ ପ୍ରାଚୀନ ଶାସନ ବ୍ୟବସ୍ଥା ପାଇଁ ପ୍ରସିଦ୍ଧ । କୋଭିଡ -19 ମୁକାବିଲାରେ ବିନା କୌଣସି ପ୍ରଶାସନର ହସ୍ତକ୍ଷେପରେ ଏହି ସମ୍ପ୍ରଦାୟ କିପରି ଆତ୍ମନିର୍ଭରଶୀଳ ହୋଇପାରିବ ସେଥିରେ ଉଚ୍ଚ ମାନ ସ୍ଥିର କରିଛନ୍ତି । ସରକାର ଘୋଷଣା କରିବା ଆଗରୁ ହିଁ ସେଠାକାର ଶାସନ ଦେବତା ଗ୍ରାମରେ ତାଲାବନ୍ଦ କରିଛନ୍ତି ।
କୋମିକ ଗ୍ରାମ ସମୁଦ୍ର ପତ୍ତନଠାରୁ 15,500 ଫୁଟ ଉଚ୍ଚରେ ଅବସ୍ଥିତ । ବର୍ତ୍ତମାନ ସେଠାକାର ଲୋକେ ନିଜ ଘରୁ କୁଚିତ ବାହାରି ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରୁଛନ୍ତି । ସେମାନେ ମଧ୍ୟ ଚାଷ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଯୁବକମାନେ ନିଜର ଟାଇମ ଟେବୁଲ ପ୍ରସ୍ତୁତ କରି ଦିନକୁ 4 ଘଣ୍ଟା ଅଧ୍ୟୟନ କରୁଛନ୍ତି । କୋମିକର ରାସନ ଡିପୋ ନାହିଁ, କିନ୍ତୁ କାଜାର ନିକଟତମ ବଜାରକୁ 30 କିଲୋମିଟର ଯାତ୍ରା କରିବାକୁ ପଡୁଥିବା ଗ୍ରାମବାସୀ ଆସନ୍ତା ମାସ ପାଇଁ ସେସବୁ ଜିନିଷ ଆଣି ଷ୍ଟକ ରଖିଛନ୍ତି । ରୋହତାଙ୍ଗ ପାସରେ ପ୍ରବଳ ତୁଷାରପାତ ହେତୁ ବର୍ଷକୁ ପ୍ରାୟ ଛଅ ମାସ ପର୍ଯ୍ୟନ୍ତ ସମଗ୍ର ଲାହଲ୍ ଏବଂ ସ୍ପିଟି ଜିଲ୍ଲା ରାଜ୍ୟରୁ ବିଚ୍ଛିନ୍ନ ରହିଥାନ୍ତି । ତେଣୁ ଏସବୁ କରିବାରେ ସେମାନେ ଅଭ୍ୟସ୍ତ ।
ସେହିପରି ମଲାନାରେ ମଧ୍ୟ ମାର୍ଚ୍ଚ 18 ରୁ ତାନାବନ୍ଦ କରାଯାଇଛି । ସେମାନଙ୍କ କହିବାନୁଯାୟୀ ତାଙ୍କ ଇଷ୍ଟ ଦେବତା ଜାମଲୁ ଏହିପରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆମେ ତାଙ୍କ ଆଦେଶ ପାଳନ କରୁଛୁ ।