ETV Bharat / bharat

କୋରୋନା ଟୀକାକରଣ ନେଇ NEGVCACର ଉଚ୍ଚସ୍ତରୀୟ କମିଟି - NEGVCACର ଉଚ୍ଚସ୍ତରୀୟ କମିଟି

କୋରୋନା ଟିକା ବିତରଣ ଉପରେ NEGVCACର ମାର୍ଗଦର୍ଶନ ପ୍ରଦାନ ହୋଇଥିବା କହିଛନ୍ତି କେନ୍ଦ୍ର ରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଅଶ୍ବିନୀ କୁମାର ଚୋବେ । ଅଧିକ ପଢନ୍ତୁ...

NEGVCACର ଉଚ୍ଚସ୍ତରୀୟ କମିଟି
NEGVCACର ଉଚ୍ଚସ୍ତରୀୟ କମିଟି
author img

By

Published : Feb 3, 2021, 12:56 PM IST

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ କୋରୋନା ଭ୍ୟାକ୍ସିନ ଡ୍ରାଇଭ ଚାଲିଛି । ଦେଶରେ କୋରୋନା ଟିକାର ପରିଚାଳନା, ଟିକା ଚୟନ,ଟିକା ବିତରଣ, କ୍ରୟ ଓ ଭଣ୍ଡାର ପରିଚାଳନା ଉପରେ ଜାତୀୟ ଟିକା ବିଶେଷଜ୍ଞ ଗୋଷ୍ଠୀର ଏକ ଉଚ୍ଚସ୍ତରୀୟ ବୈଠକ ହେବା ସହିତ ଏକ ମାର୍ଗଦର୍ଶନ ପ୍ରଦାନ କରାଯାଇଥିବା କହିଛନ୍ତି କେନ୍ଦ୍ର ରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଅଶ୍ବିନୀ କୁମାର ଚୋବେ ।

ପ୍ରଦାନ ହୋଇଥିବା ମାର୍ଗଦର୍ଶନ ଏନଇଜିଭିଏସିର ସଦ୍ୟସ, ନୀତି ଆୟୋଗଙ୍କ ଅଧକ୍ଷତାରେ ଏବଂ ଏମଓଏଚଏଫଡ୍ଲୁ ସଚିବଙ୍କ ଅଧକ୍ଷତାରେ ହୋଇଥିବା କହିଛନ୍ତି ରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଅଶ୍ବିନୀ କୁମାର ଚୋବେ । NEGVCAC ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ,ବ୍ୟୟ ବିଭାଗ,ବାୟୋଟେକ୍ନୋଲୋଜି ବିଭାଗ, ସ୍ବାସ୍ଥ୍ୟ ଅନୁସନ୍ଧାନ ବିଭାଗ, ଫାର୍ମାସ୍ୟୁଟିକାଲ୍ସ ବିଭାଗ, ପାଞ୍ଚଟି ରାଜ୍ୟ ସରକାରଙ୍କ ପ୍ରତିନିଧୀ ତଥା ବୈଶୟିକ ବିଶେଷଜ୍ଞଙ୍କ ସଚିବଙ୍କ ପ୍ରତିନିଧିତ୍ବରେ ଗଠନ ହୋଇଛି। କୋରୋନା ଟିକାର ପ୍ରଥମ ପର୍ଯ୍ୟାୟରେ ସମସ୍ତ ସ୍ବାସ୍ଥ୍ୟକର୍ମୀ,ଆଗଧାଡିର କର୍ମଚାରୀ, 50ବର୍ଷରୁ କମ ଲୋକଙ୍କୁ ଟିକା ପ୍ରଦାନ କରାଯିବ ।

ପ୍ରଥମ ପର୍ଯ୍ୟାୟ କୋରୋନା ଟୀକାକରଣ କେନ୍ଦ୍ର ସରକାରଙ୍କ ଦ୍ବାରା ବିନା ଶୁଳ୍କରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆଗଧାଡିର ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପ୍ରଦାନ କରାଯାଇଛି । ଏବେ ସୁଦ୍ଧା ଦେଶରେ କୋରୋନା ଭାଇରସ ବିରୁଦ୍ଧରେ 39,50,156ଜଣଙ୍କୁ କୋରୋନା ଟୀକାକରଣ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.