ETV Bharat / bharat

ଅମର ଅଟଳ, କୋମଳ ହୃଦୟରେ କଠୋର ନିଷ୍ପତ୍ତି - ଅମର ଅଟଳ

ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅମର କୀର୍ତ୍ତିମାନ ଆଜି ବି ଅଟଳ । ବାଜପେୟୀ ଦେଶର ଏକମାତ୍ର ରାଜନେତା ଥିଲେ ଯିଏ 4 ରାଜ୍ୟର 6 ଲୋକସଭା କ୍ଷେତ୍ରରେ ପ୍ରତିନିଧିତ୍ବ କରିଛନ୍ତି । 28ଟି ଦଳକୁ ସାଥିରେ ନେଇ ଏନଡିଏ ସରକାର ଚଳାଇଥିଲେ ବାଜପେୟୀ ।

ଫାଇଲ ଫଟୋ
author img

By

Published : Aug 16, 2019, 10:58 AM IST

ନୂଆଦିଲ୍ଲୀ: ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଆଜି ପ୍ରଥମ ପୂଣ୍ଣ୍ୟତିଥି । । ଆଜିଠୁ ଠିକ ଏକ ବର୍ଷ ପୂର୍ବେ 16 ଅଗଷ୍ଟ 2018 ଇହଲିଳା ସମ୍ବରଣ କରିଥିଲେ ଅଟଳ । କୋମଳ ହୃଦୟ ଥିବା ଅଟଳ ଦେଶ ହିତରେ କେବେବି କଠୋର ନିଷ୍ପତ୍ତି ନେବାରେ ପଛଘୁଞ୍ଚା ଦେଇ ନାହାନ୍ତି ।

ବାଜପେୟୀ ନିଜ ଲମ୍ବା ରାଜନୈତିକ ଜୀବନରେ ଯେଉଁ ସବୁ କୀର୍ତ୍ତିମାନ ନିଜ ନାମରେ ଲେଖି ଦେଇଯାଇଛନ୍ତି ତାହା ଆଜି ବି ଅଟଳ । ବାଜପେୟୀ ଦେଶର ଏକମାତ୍ର ରାଜନେତା ଥିଲେ ଯିଏ 4 ରାଜ୍ୟର 6 ଲୋକସଭା କ୍ଷେତ୍ରରେ ପ୍ରତିନିଧିତ୍ବ କରିଛନ୍ତି ।

ଅଟଳ ଏପରି ପ୍ରଥମ ସାଂସଦ ଥିଲେ ଯିଏ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ ଦିଲ୍ଲୀ ଆଦି 4 ରାଜ୍ୟରୁ ନିର୍ବାଚିତ ହୋଇଥିଲେ । ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ବଳରାମପୁର, ଗୁଜୁରାଟର ଗାନ୍ଧୀନଗର, ମଧ୍ୟପ୍ରଦେଶର ଗୋଆଲିୟର ଓ ବିଦିଶା ଏବଂ ଦିଲ୍ଲୀର ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ରରୁ ନିର୍ବଚନ ଜିତିବାର କୀର୍ତ୍ତିମାନ ବାଜପାୟୀଙ୍କ ନାମରେ ହିଁ ରହିଛି ।

ବାଜପେୟୀଙ୍କ ନାମରେ ଆଉ ଏକ ରୋଚକ କୀର୍ତ୍ତିମାନ ରହିଛି । ସେ 1957 ମସିହାରେ ଉତ୍ତରପ୍ରଦେଶର ତିନୋଟି ସଂସଦୀୟ କ୍ଷେତ୍ର ଲକ୍ଷ୍ନୌ, ବଳରାମପୁର ଓ ମଥୁରାରୁ ନିର୍ବାଚନ ଲଢିଛନ୍ତି । ବଳରାମପୁରୁ ଅଟଳ ନିର୍ବାଚନ ଜିତି ସଂସଦ ପହଞ୍ଚି ଥିବା ବେଳେ ଲକ୍ଷ୍ନୌ ଓ ମଥୁରାରୁ ତଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ସମସ୍ତଙ୍କୁ ସାଥିରେ ନେଇ ଚାଲିବାର ଅଟଳଙ୍କ ଉଦାରତା ମେଣ୍ଟ ରାଜନୀତି ପାଇଁ ଏକ ନୂଆ ରାସ୍ତା ଖୋଲିଥିଲା । ବାଜପେୟୀ 28ଟି ସାଥିରେ ନେଇ ଏନଡିଏ ସରକାର ଚଳାଇଥିଲେ, ଯାହା ଆଜି ବି ଦେଶର ଉଦାରବାଦୀ ରାଜନୀତିର ଉଦାହରଣ ହୋଇ ରହିଛି ।

Intro:Body:

drh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.