ETV Bharat / bharat

ଏଣିକି ସଠିକ ଉଚ୍ଚାରଣ ଶିଖାଇବ ଗୁଗୁଲର ନୂଆ ଫିଚର - ଗୁଗୁଲର ନୂଆ ଫିଚର

ଗୁଗୁଲ ସର୍ଚ୍ଚରେ ଯୋଡି ହୋଇଛି ନୂଆ ଫିଚର । ଏବେ ଆଉ ଉଚ୍ଚାରଣକୁ ନେଇ ଆପଣଙ୍କୁ କରିବାକୁ ପଡିବନି ପରିଶ୍ରମ । କାରଣ ଗୁଗୁଲରେ ଯୋଡି ହୋଇଥିବା ଏହି ନୂଆ ଫିଚର ଏବେ ଆପଣଙ୍କୁ ଶିଖାଇବ ସଠିକ ଉଚ୍ଚାରଣ ।

ଏଣିକି ସଠିକ ଉଚ୍ଚାରଣ ଶିଖାଇବ ଗୁଗୁଲର ନୂଆ ଫିଚର
author img

By

Published : Nov 15, 2019, 11:49 PM IST

Updated : Nov 16, 2019, 12:17 PM IST

ହାଇଦ୍ରାବାଦ: ଗୁଗୁଲ ସର୍ଚ୍ଚରେ ଯୋଡି ହୋଇଛି ନୂଆ ଫିଚର । ଏବେ ଆଉ ଉଚ୍ଚାରଣକୁ ନେଇ ଆପଣଙ୍କୁ କରିବାକୁ ପଡିବନି ପରିଶ୍ରମ । କାରଣ ଗୁଗୁଲରେ ଯୋଡି ହୋଇଥିବା ଏହି ନୂଆ ଫିଚର ଏବେ ଆପଣଙ୍କୁ ଶିଖାଇବ ସଠିକ ଉଚ୍ଚାରଣ । ଏହା ଆପଣଙ୍କ ଶବ୍ଦ ଉଚ୍ଚାରଣକୁ ଚେକ୍ କରିବା ସହ ଆପଣଙ୍କୁ କଷ୍ଟ ଶବ୍ଦ ସବୁର ସଠିକ୍‌ ଉଚ୍ଚାରଣ ଶିଖାଇବାରେ ସାହାଯ୍ୟ କରିବ ।

ଏଣିକି ସଠିକ ଉଚ୍ଚାରଣ ଶିଖାଇବ ଗୁଗୁଲର ନୂଆ ଫିଚର

ସ୍ବତନ୍ତ୍ର ଭାବେ ସ୍ମାର୍ଟଫୋନଗୁଡକ ପାଇଁ ଗୁଗୁଲ ଏହି ଫିଚର ରୋଲ ଆଉଟ କରିଥିବା ବେଳେ ଏହି ଫିଚର ପାଇଁ ଗୁଗୁଲ ମେସିନ ଲର୍ଣ୍ଣଂର ବ୍ୟବହାର କରିଥିବା ଜଣାପଡିଛି । ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତିମ ବୁଦ୍ଧିମତା)ର ସହାୟତାରେ ଆନାଲାଇଜ (ବିଶ୍ଲେଷଣ) କରାଯାଇ ଶବ୍ଦର ସଠିକ୍‌ ଉଚ୍ଚାରଣ କୁହାଯାଇପାରିବ । ଗୁଗୁଲର ସ୍ପିଚ ରିକଗନିସନ ଟୁଲ ଦ୍ବାରା ଆପଣ କହିଥିବା ଶବ୍ଦକୁ ପ୍ରୋସେସିଂ କରି ଏହା ଏକ୍ସପର୍ଟଙ୍କ ଦ୍ବାରା ଉଚ୍ଚାରଣ ସହ ମ୍ୟାଚ କରାଇଥାଏ ।

ଏଥିପାଇଁ ଆପଣଙ୍କୁ ପ୍ରଥମେ ସର୍ଚ୍ଚ ଇଞ୍ଜିନରେ ସେହି ଶବ୍ଦକୁ ଟାଇପ କରିବାକୁ ହେବ ଯାହାର ଉଚ୍ଚାରଣ ଆପଣ ଜାଣିବାକୁ ଚାହୁଁଛନ୍ତି । ଏହାପରେ ସ୍ପିକ ନାଓ (SPEAK NOW) ଅପ୍ସନରେ କ୍ଲିକ କରନ୍ତୁ । ଏହାଦ୍ବାରା ଆପଣ ସେହି ଶବ୍ଦର ପ୍ରକୃତ ଉଚ୍ଚାରଣ ଜାଣିପାରିବେ । ତେବେ ବର୍ତ୍ତମାନ ଏହି ସୁବିଧା କେବଳ ଇଂରାଜୀ ଭାଷାରେ ଉପଲବ୍ଧ ରହିବ । କିନ୍ତୁ ଗୁଗୁଲର ସୂଚନା ମୁତାବକ ଆଗାମୀ ଦିନରେ ଏହା ଅନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଉପଲବ୍ଧ ହେବ ।

ଏହା ବର୍ତ୍ତମାନ ଏକ ପରୀକ୍ଷଣ ଆକାରରେ ରୋଲ ଆଉଟ କରାଯିବ । ଯଦି ଏହା ସଫଳତା ପାଏ ତେବେ ଏଥିରେ ଆହୁରି କିଛି ନୂଆ ଓ ଉନ୍ନତମାନର ସୁବିଧା ଯୋଗ କରାଯିବ । ଯେଉଁଥିରେ ଉଚ୍ଚାରଣ ସହ ଅନୁବାଦ ମଧ୍ୟ କରିବାର ସୁବିଧା ୟୁଜର୍ସମାନେ ପାଇପାରିବେ ।

Intro:Body:

BLANK FOR LINK  

Conclusion:
Last Updated : Nov 16, 2019, 12:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.