ଡେରାଡୁନ: ହିମାଳୟ ପାଦଦେଶସ୍ଥ ରାଜ୍ୟ ତଥା ଦେବଭୂମି ଉତ୍ତରାଖଣ୍ଡ କେଦାରନାଥ ଓ ରୁଦ୍ରପ୍ରୟାଗରେ ବରଫ ବର୍ଷା ଜାରି। ଫଳରେ ପାହାଡ ତଳି ଅଞ୍ଚଳରେ ଲାଗି ରହିଛି ବରଫ ବର୍ଷା। ଏହାସହ କେଦାରନାଥର ପୁନରୁଦ୍ଧାର କାମ ତିନି ଦିନ ହେବ ବନ୍ଦ ହୋଇରହିଛି । କେଦାରନାଥରେ ଥିବା ଶ୍ରମିକ ଓ ଅଧିକାରୀ ମଧ୍ୟ ଅନେକ ଅସୁବିଧାର ସାମ୍ନା କରୁଛନ୍ତି।
ରାଜ୍ୟର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଚୋପତାରେ ମଧ୍ୟ ଋତୁର ପ୍ରଥମ ବରଫ ବର୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା କେଦାରନାଥରେ ପ୍ରାୟ 4 ଫୁଟର ବରଫ ଜମା ହେଲାଣି। ଗୌରିକୁଣ୍ଡରୁ କେଦାରନାଥ ଧାମ ପର୍ଯ୍ୟନ୍ତ ପୁରା ଘାଟୀ ସତେ ଯେମିତି ବରଫ ଚାଦର ଘୋଡାଇ ହୋଇଛି। ବରଫ ବର୍ଷା ଯୋଗୁଁ ଭେରୋଁଘାଟିରୁ ଗଙ୍ଗୋତ୍ରୀ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିଛି । ଦିନେ ଦୁଇ ଦିନ ଭିତରେ ବରଫ କମିବାର ଆଶଙ୍କା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ।