ETV Bharat / bharat

ଧଳା ଚାଦରର ରାଜ୍ୟ ହିମାଚଳ - snowfall

ଶିମଲା, କୁଲୁ, ମନାଲି, କେଲଙ୍ଗ ପ୍ରଭୃତି ଜାଗା ଅଧିକ ପ୍ରଭାବିତ ହୋଇଛି । ଏସବୁ ଜାଗାରେ ପ୍ରବଳ ବରଫପାତ ହୋଇଛି । ରାସ୍ତା ଉପରେ ବରଫ ଜମା ହୋଇ ରହିବା ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ଲୋକଙ୍କ ଘରଦ୍ବାର ଉପରେ ମଧ୍ୟ ବରଫ ଜମି ରହିଛି । କେତେକ ଘର ସମ୍ପୂର୍ଣ୍ଣ ବରଫରେ ଘୋଡାଇ ହୋଇ ରହିଛି । ଏଥିରେ କିଛି ଲୋକ ଫସିଥିବାର ଅନୁମାନ କରାଯାଉଛି ।

ପ୍ରତୀକାତ୍ମକ ଫଟୋ
author img

By

Published : Mar 5, 2019, 2:25 PM IST

ମନାଲି: ହିମାଚଳ ପ୍ରଦେଶକୁ ବର୍ତ୍ତମାନ ଧଳା ଚାଦରର ରାଜ୍ୟ କହିଲେ କିଛି ଅସୁବିଧା ହେବ ନାହିଁ । ସାରା ରାଜ୍ୟରେ ପ୍ରବଳ ବରଫପାତ ହେବା ସହିତ ରାସ୍ତା ଘାଟ ଜାମ ହୋଇଛି । ଏହାସହ ଅନେକ ଜାଗାରେ ବର୍ଷା ମଧ୍ୟ ହୋଇଛି । ଫଳରେ ହିମାଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।

ଶିମଲା, କୁଲୁ, ମନାଲି, କେଲଙ୍ଗ ପ୍ରଭୃତି ଜାଗା ଅଧିକ ପ୍ରଭାବିତ ହୋଇଛି । ଏସବୁ ଜାଗାରେ ପ୍ରବଳ ବରଫପାତ ହୋଇଛି । ରାସ୍ତା ଉପରେ ବରଫ ଜମା ହୋଇ ରହିବା ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ଲୋକଙ୍କ ଘରଦ୍ବାର ଉପରେ ମଧ୍ୟ ବରଫ ଜମି ରହିଛି । କେତେକ ଘର ସମ୍ପୂର୍ଣ୍ଣ ବରଫରେ ଘୋଡାଇ ହୋଇ ରହିଛି । ଏଥିରେ କିଛି ଲୋକ ଫସିଥିବାର ଅନୁମାନ କରାଯାଉଛି ।

ଏହାସହ ଶିମଲା ଓ କେଲଙ୍ଗରେ ଅନେକ ସ୍କୁଲ ଏବଂ କଲେଜ ବନ୍ଦ ରହିଛି । ବରଫ ଜମି ଯାଇଥିବାରୁ ସ୍କୁଲ ସବୁ ଖୋଲିବା ସମ୍ଭବପର ହେଉନାହିଁ । ରାସ୍ତା ଘାଟ, ଘରଦ୍ବାର, ପାହାଡ ପର୍ବତ, ଦୋକାନ ବଜାର ସମସ୍ତ ଜାଗାରେ ତୁଷାରପାତ ଯୋଗୁଁ ଚାରିଆଡେ କେବଳ ଧଳାମୟ ହିଁ ଦେଖାଯାଉଛି । ଏହାସହ ସନ୍ଧ୍ୟା ହେଲେ ଲୋକଙ୍କ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ରାତିରେ ତାପମାତ୍ରା କମିଯିବା ସହ ପ୍ରବଳ ଥଣ୍ଡା ପଡୁଛି ।

ଏହାଛଡା ଗତ ଦୁଇ ଦିନ ହେଲା ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେଉଛି । ଫଳରେ ଏହା ଲୋକଙ୍କୁ ବେଡି ଉପରେ କୋରଡା ମାଡ ଭଳି ହୋଇଛି । ବର୍ଷା ଯୋଗୁଁ ଥଣ୍ଡାର ପରିମାଣ ଆହୁରି ବଢିଯାଇଛି । ତୁଷାରପାତ ଯୋଗୁଁ କେତେକ ଜାଗାରେ ଜାତୀୟ ରାଜପଥ ପାଖରେ ଭୂସ୍ଖଳନ ହୋଇଛି । ଫଳରେ ଅନେକ ଯାନବାହନ ଅଟକି ରହିଛି । ଏହାସହ ଗାଡି ଉପରେ ବରଫ ଜମି ରହିବା ଯୋଗୁଁ ଲୋକେ ଯିବଆସିବା କରିବାରେ ସମସ୍ୟା ଭୋଗିଛନ୍ତି ।

ତେବେ ଏହି ସମୟରେ ରାଜ୍ୟକୁ ଆସିଥିବା ପର୍ଯ୍ୟଟକ ଏହି ପରିବେଶର ମଜା ଉଠାଇଛନ୍ତି । ବରଫରେ ଖେଳିବା ସହ ସେଲ୍ଫି ଉଠାଇଛନ୍ତି । ଏହାସହ କିଛି ପର୍ଯ୍ୟଟକ ଏହି ବରଫପାତ ଯୋଗୁଁ ଫେରିନପାରି ରହିଯାଇଛନ୍ତି । ରାଜ୍ୟ ସରକାର ରାସ୍ତା ଉପରୁ ଜମିଥିବା ବରଫ ସଫା କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ।

Slug – ରାୟଗଡ଼ାରୁ ଗଲେ ଛଅଟି ଜିଲ୍ଲାରୁ  ୮୦୦ରୁ ଉଦ୍ଧ୍ୱର୍ ବରିଷ୍ଟ ନାଗରିକ ତିର୍ଥଯାତ୍ରୀ
Report- Ranjan Rath
Date – 3-3-19
Formate – PKG

Anchar – ନିର୍ବାଚନ ଯେତିକି ପାଖେଇ ଆସୁଛି  ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବର୍ଗକୁ  ଆକର୍ଶଣ କରିବା ପାଇଁ ହୋଇଥିବା ଯୋଜନା ଗୁଡ଼ିକୁ ଲୋକଙ୍କ ନିକଟରେ ପହଁଚାଂଇବା ପାଇଁ ଲାଗିପଡ଼ିଛନ୍ତି ରାଜ୍ୟ ସରକାର  । ଏହି ଅବସରରେ ଆଜି ୨୦୧୮ -୧୯ ଆର୍ଥିକ ବର୍ଷର ଛଅଟି ଜିଲ୍ଲାକୁ ନେଇ ଶେଷ ବରିଷ୍ଟ ନାଗରିକ ତିର୍ଥଯାତ୍ରୀ  ଟ୍ରେନ ଛାଡ଼ିଛି ରାୟଗଡ଼ାରୁ  ।
VO 1- ଆଗକୁ ନିର୍ବାଚନ ସେଥିପାଇଁ ଏବେ ବିଜେଡ଼ିର ଟାର୍ଗେଟରେ ରହିଛି  ଦକ୍ଷିଣ ଓଡ଼ିଶା । ଗତ ୨୭ ତାରିଖରେ ମହିଳା ସ୍ୱୟଂ ସହାୟକ ଗୋଷ୍ଟିକୁ ନେଇ ରାୟଗଡ଼ାରେ ଲକ୍ଷାଧିକ ଜନ ସମାବେଶରେ ଯୋଗ  ଦେବାପରେ ଆଜି ରାୟଗଡ଼ା , କୋରାପୁଟ , କଳାହାଣ୍ଡି , ନୁଆପଡ଼ା ,ନମରଙ୍ଗପୁର ଏବଂ ମାଲକାନଗିରିର ୮୪୮ ଜଣ ବରିଷ୍ଟ ନାଗରିକ ତିର୍ଥଯାତ୍ରୀ ଦଳକୁ ନେଇ ରାୟଗଡ଼ା ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ ବାହାରଛି । ଏହି ଟ୍ରେନ ତିରୁପତୀ , ଭେଲୋର ଏବଂ ଶ୍ରୀକଳାହସ୍ତୀ ପରିଭ୍ରମଣ କରି ଆସନ୍ତା ୮ ତାରିଖରେ ପୁଣି ରାୟଗଡ଼ା ଫେରିବ  । ତିର୍ଥ ଯାତ୍ରୀଙ୍କ ସୁବିଧା ପାଇଁ ଛଅଟି ଜିଲ୍ଲାର ପ୍ରଶାସନ ପକ୍ଷରୁ ୩୮ ଜଣ ସହାୟକ ଅଧିକାରିଙ୍କୁ ନିଯୁକ୍ତି ଦିଆଯାଇଛି  । ସେମାନେ ସେମାନଙ୍କ ଟିମର ସମସ୍ତ ଦାୟୀତ୍ୱ ନେବେ । ଏହା ପୁର୍ବରୁ ରାଜ୍ୟରେ ୨୦୧୬ ମସିହାରୁ ଆଜିପର୍ଯ୍ୟନ୍ତ ୧୨ ଟି ଟ୍ରେନ ଭାରତର ବିଭିନ୍ନ ତିର୍ଥ ସ୍ଥଳକୁ ଯାଇଥିବା ବେଳେ ଏଥିପାଇଁ ୧୧ କୋଟି ଖର୍ଚ୍ଚ ହୋଇ ଥିବା କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ।    
BYTE- ଅଶୋକ ପଣ୍ଡା  ( ମନ୍ତ୍ରୀ , ପର୍ଯ୍ୟଟନ ବିଭାଗ )
VO 2-ତେବେ ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ଦୁର୍ଗମ ଅଚଂଳରୁ ଆସିଥିବା ବରିଷ୍ଟ ନାଗରିକଙ୍କ ଖୁସି କହିଲେ ନସରେ  । କାରଣ ସେମାନେତ କେବେ ବାହାରକୁ ଯାଇନଥିଲେ ଏବଂ ପ୍ରଥମ ଥର ପାଇଁ ଟ୍ରେନରେ ଗଁଭାଇଙ୍କ ସହ ମିଶି ବିନା ଅର୍ଥରେ ତିର୍ଥ କରିପାରିବେ  । ଏନେଇ କିଛି ତିର୍ଥ ଯାତ୍ରିଙ୍କ ସହ ଅମେ ଆଲୋଚନା କରିଥିଲୁ ଚାଲନ୍ତୁ ଶୁଣିବା ସେମାନେ କଣ କହୁଛନ୍ତି ।
BYTE- ଅମୁଲ୍ୟ ପ୍ରଧାନ  (ତିର୍ଥଯାତ୍ରୀ) 
BYTE- ନବକିଶୋର ବେହେରା  (ତିର୍ଥଯାତ୍ରୀ)
P TO C  Ranjan Rath 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.