ଡେରାଡୁନ: ଉତ୍ତରାଖଣ୍ଡରେ ଶୀତର ଲହରୀ ଜାରି ରହିଛି । ମାର୍ଚ୍ଚ ମାସରେ ଜାନୁଆରୀ ମାସ ପରି ଥଣ୍ଡାର ପ୍ରକୋପ ଦେଖିବାକୁ ମିଳିଛି । ଦେବଭୂମୀର ପାହାଡି ଜିଲ୍ଲାମାନଙ୍କରେ ଏବେ ବି ତୁଷାରପାତ ହେଉଛି । ବଦ୍ରୀନାଥଧାମରେ ଗୁରୁବାର ଠାରୁ କ୍ରମାଗତ ଭାବେ ବରଫପାତ ହେଉଛି । ଫଳରେ ସେଠାରେ 7 ଫୁଟର ବରଫ ଜମା ହୋଇ ସାରିଲାଣି ।
ଏପଟେ 30 ଏପ୍ରିଲରେ ବଦ୍ରୀନାଥ ଧାମର କବାଟ ଖୋଲାଯିବ । ଫଳରେ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟ ହୋଇଛି । ଏପରି ତୁଷାରପାତ ଜାରି ରହିଲେ ଚାରିଧାମ ଯାତ୍ରୀଙ୍କ ପାଇଁ ଅସୁବିଧା ସୃଷ୍ଟି ହେବ ।
ଅନ୍ୟପଟେ ହେମକୁଣ୍ଡ ସାହିବରେ ପ୍ରାୟ 22ଫୁଟର ବରଫପାତ ହୋଇଥିବାବେଳେ ଫୁଲଘାଟୀରେ 8ଫୁଟ ଓ ଔଲିରେ 3ଫୁଟର ବରଫ ଚାଦର ଦେଖିବାକୁ ମିଳୁଛି ।