ETV Bharat / bharat

ସତର୍କ ଘଣ୍ଟି, ଆସନ୍ତା 5 ଦିନରେ ଏହି ରାଜ୍ୟ ଗୁଡିକରେ ପ୍ରବଳ ବର୍ଷା ! - ବିହାରରେ ପ୍ରବଳ ବର୍ଷା

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଦେଶର ବିଭିନ୍ନ ରାଜ୍ୟରେ ଆଗାମୀ 5 ଦିନ ଭିତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସତର୍କ ଘଣ୍ଟି, ଆସନ୍ତା 5 ଦିନରେ ଏହି ରାଜ୍ୟ ଗୁଡିକରେ ପ୍ରବଳ ବର୍ଷା !

author img

By

Published : Jul 9, 2020, 4:53 PM IST

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଦେଶର ବିଭିନ୍ନ ରାଜ୍ୟରେ ଆଗାମୀ 5 ଦିନ ଭିତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଛି ଯେ ଜୁଲାଇ 11 ଏବଂ 12 ତାରଖରେ ଉତ୍ତରପ୍ରଦେଶ ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଜୁଲାଇ 10 ଏବଂ 11 ତାରିଖରେ ବିହାରରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହା ବ୍ୟତୀତ 11 ଜୁଲାଇରେ ସିକିମ୍, ଆସାମ ଏବଂ ମେଘାଳୟରେ ପ୍ରବଳ ବର୍ଷା ହୋଇପାରେ ।

ସତର୍କ ଘଣ୍ଟି, ଆସନ୍ତା 5 ଦିନରେ ଏହି ରାଜ୍ୟ ଗୁଡିକରେ ପ୍ରବଳ ବର୍ଷା !
ସତର୍କ ଘଣ୍ଟି, ଆସନ୍ତା 5 ଦିନରେ ଏହି ରାଜ୍ୟ ଗୁଡିକରେ ପ୍ରବଳ ବର୍ଷା !

ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଉତ୍ତରପ୍ରଦେଶ, ବିହାର, ପଞ୍ଜାବ ଏବଂ ଉତ୍ତର ପୂର୍ବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି । ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ମହେନ୍ଦ୍ରଗଡ, ବାୱାଲ, ବାରସାନା, ଦେଗ, ଭରତପୁର, ଆଗ୍ରା, ମଥୁରା, ହାଥ୍ରାସ, ଆଲିଗଡ, ତୁଣ୍ଡଲା, ଫିରୋଜାବାଦରେ ବର୍ଷା ହୋଇପାରେ ।

ସେପଟେ ଛତିଶଗଡର ରାଜଧାନୀ ରାୟପୁର ଏବଂ ଏହାର ଆଖପାଖ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେଉଛି । ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟରେ 2 ଦିନ ପର୍ଯ୍ୟନ୍ତ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଆସନ୍ତା ଦୁଇ ଦିନ ମଧ୍ୟରେ ଦିଲ୍ଲୀରେ ହାଲୁକା ଏବଂ ମଧ୍ୟମ ବର୍ଷା ହେବ ଏବଂ ରବିବାର ପର୍ଯ୍ୟନ୍ତ ଲାଗି ରହିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ଶିମଲାର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନମୋହନ ସିଂ କହିଛନ୍ତି ଯେ ଶିମଲା, ସୋଲାନ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ । ସେହିପରି ଜୁଲାଇ 13 ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ମଧ୍ୟ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଏଥି ସହିତ ପାଣିପାଗ ବିଭାଗ ଅନୁଯାୟୀ ପୂର୍ବ ଉତ୍ତରପ୍ରଦେଶର ଅନେକ ଅଞ୍ଚଳ ଏବଂ ପଶ୍ଚିମର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଥିଲା । ତଦନୁଯାୟୀ ରାଜ୍ୟର ଦୁର୍ଗମ ଅଞ୍ଚଳରେ ପ୍ରବଳ ବର୍ଷା ଓ ବଜ୍ରପାତ ରେକର୍ଡ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.