ETV Bharat / bharat

ବର୍ଷାରେ ଭିଜିଲା ରାଜଧାନୀ ଦିଲ୍ଲୀ, ରାସ୍ତାରେ ଜମିଲା ପାଣି - IMD

ବର୍ଷାରେ ଭିଜିଲା ରାଜଧାନୀ ଦିଲ୍ଲୀ, ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଜମିଲା ପାଣି । ଜନଜୀବନ ପ୍ରଭାବିତ। ଅଧିକ ପଢନ୍ତୁ...

Heavy rain lashed parts of the national capital and its adjoining areas on Monday morning
ବର୍ଷାରେ ଭିଜିଲା ରାଜଧାନୀ ଦିଲ୍ଲୀ, ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଜମିଲା ପାଣି
author img

By

Published : Jun 22, 2020, 8:47 AM IST

ନୂଆଦିଲ୍ଲୀ : ବର୍ଷାରେ ଭିଜିଲା ଦିଲ୍ଲୀ । ସୋମବାର ସକାଳେ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ବର୍ଷା ହେତୁ ଲୋକମାନେ ଗରମରୁ ସାମାନ୍ୟ ଆଶ୍ବସ୍ତି ପାଇଛନ୍ତି । ବର୍ଷା ସହିତ ବିଭନ୍ନ ସ୍ଥାନରେ ଘଡଘଡି ମଧ୍ୟ ହୋଇଛି । ଗତ 2 ଦିନ ଧରି ରାଜଧାନୀରେ ଏଭଳି ବର୍ଷା ଜାରି ରହିଛି । ତେବେ ପାକିସ୍ତାନରୁ ଆସାମ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ବର୍ଷାରେ ଭିଜିଲା ରାଜଧାନୀ ଦିଲ୍ଲୀ, ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଜମିଲା ପାଣି

ତେବେ ଏହି ବର୍ଷା ଜୁନ 25 ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ । ଦିଲ୍ଲୀକୁ 27 ତାରିଖ ପୂର୍ବରୁ ମୌସୁମୀ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ନୂଆଦିଲ୍ଲୀରେ ପ୍ରବଳବର୍ଷା ହେତୁ, ବୁରାରୀର ବିଭନ୍ନ ସ୍ଥାନରେ ପାଣି ଜମିଥିବା ଦେଖିବାକୁ ମିଳିଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି ।

ସୌଜନ୍ୟ @ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.