ETV Bharat / bharat

ମଧ୍ୟପ୍ରଦେଶରେ ବର୍ଷା ବିତ୍ପାତ - ବନ୍ୟା ଜଳ

ପ୍ରବଳ ବର୍ଷା କାରଣରୁ ମଧ୍ୟ ପ୍ରଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜବଲପୁର ଅନ୍ତର୍ଗତ ବାରଗୀ ବନ୍ଧର 15ଟି ଗେଟ ଖୋଲାଯାଇଛି । ଏହି ଗେଟ ଦେଇ ପାଖାପାଖି 15ଶହ ଘନଫୁଟ ପାଣି ନିଷ୍କାସିତ ହେଉଛି । ନର୍ମଦା ନଦୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ଯୁରୋ
author img

By

Published : Aug 26, 2019, 11:17 PM IST

ଭୋପାଳ: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାରଗୀ ଅଞ୍ଚଳର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଅଧିକାଂଶ ସ୍ଥାନରେ ବନ୍ୟା ଜଳ ପ୍ରବେଶ କରିଛି । ସେହିପରି ବାରଗୀ ବନ୍ଧରେ 15ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ଜଣାପଡ଼ିଛି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ଯୁରୋ

ଜବଲପୁର ଅଞ୍ଚଳର ଥିବା ବାରଗୀ ବନ୍ଧର ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବନ୍ଧ ମଧ୍ୟକୁ ପ୍ରଚୁର ପରିମାଣର ଜଳ ପ୍ରବେଶ କରୁଥିବା ଜଣାପଡ଼ିଛି । ବନ୍ଧର 422.7 ମିଟର ପର୍ଯ୍ୟନ୍ତ ଜଳସ୍ତର ରହିଛି । ଉପରମୁଣ୍ଡରେ ବର୍ଷା କାରଣରୁ ବନ୍ଧ ମଧ୍ୟକୁ ପାଣି ପ୍ରବେଶ କରୁଛି । ତେବେ ପ୍ରଶାସନ ପକ୍ଷରୁ ବନ୍ଧର 15ଟି ଗେଟ ଖୋଲାଯାଇ ସେକେଣ୍ଡ ପ୍ରତି 25ଶହ ଘନଫୁଟ ଜଳ ନିଷ୍କାସନ କରାଯାଉଛି ।

ଏହି ବନ୍ଧରୁ ନର୍ମଦା ନଦୀକୁ ବନ୍ୟାଜଳ ଛଡ଼ାଯାଉଛି । ଫଳରେ ନର୍ମଦା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ତେବେ ନର୍ମଦା ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଲକ୍ଷ୍ୟ କରି ତଳିଆ ଅଞ୍ଚଳରେ ରହୁଥିବା ବାସିନ୍ଦାଙ୍କୁ ସତର୍କ ସୂଚନା ଦିଆଯାଇଛି । ସେହିପରି ନଦୀ କୂଳରେ ଥିବା ଦୋକାନକୁ ମଧ୍ୟ ହଟାଇ ଦିଆଯାଇଛି । ନର୍ମଦା ନଦୀ କୂଳରେ ଥିବା ଏକ ମନ୍ଦିରରେ ପାଣି ପଶିଯିବାରୁ ତାହା ସମ୍ପୂର୍ଣ୍ଣ ଭାବେ ବୁଡ଼ି ଯାଇଛି । ଉକ୍ତ ମନ୍ଦିରରେ ପାଖପାଖି 5 ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି ।

ତେବେ ମନ୍ଦିର ନିକଟରେ ଏଭଳି ବନ୍ୟା ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ମନ୍ଦିର ନିକଟରୁ ସମସ୍ତଙ୍କୁ ହଟାଇ ଦିଆଯାଇଛି । ଏହା ସହିତ ମତ୍ସଜୀବୀ ମାନେ ମଧ୍ୟ ନିଜ ବେଉସାରୁ ଦୁରେଇ ରହିଥିବା ଦେଖିବାକୁ ମିଳିଛି ।

Intro:Body:

PRABHU

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.