ETV Bharat / bharat

ବାବ୍ରି ମସଜିଦ ଭଙ୍ଗା ମାମଲା: 9ମାସ ମଧ୍ୟରେ ଶୁଣାଣି ସାରିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jul 19, 2019, 7:38 PM IST

ବାବ୍ରି ମସଜିଦ ଭଙ୍ଗା ମାମଲାର ଶୁଣାଣି 9 ମାସ ମଧ୍ୟରେ ସାରିବାକୁ ସ୍ବତନ୍ତ୍ର କୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଏହାସହ ମାମଲାର ଶୁଣାଣି କରୁଥିବା ଲକ୍ଷ୍ନୌ ଟ୍ରାଏଲ କୋର୍ଟର ସ୍ବତନ୍ତ୍ର ବିଚାରପତିଙ୍କ କାର୍ଯ୍ୟକାଳକୁ 6 ମାସ ବଢାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ବିବାଦୀୟ ରାମ ଜନ୍ମଭୂମି ବାବ୍ରି ମସଜିଦ ଭଙ୍ଗା ମାମଲାର ଶୁଣାଣି 9 ମାସ ମଧ୍ୟରେ ସାରିବାକୁ ଏହି ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମସଜିଦ ଭାଙ୍ଗିବା ଘଟଣାରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ଏମଏମ ଯୋଶୀଙ୍କ ସହ 12ଜଣଙ୍କ ସମ୍ପୃକ୍ତିକୁ ନେଇ 9 ମାସ ଭିତରେ ଶୁଣାଣି କରାଯିବ ।

ତେବେ ଏହି ମାମଲାର ଶୁଣାଣି କରୁଥିବା ଲକ୍ଷ୍ନୌ ଟ୍ରାଏଲ କୋର୍ଟର ସ୍ବତନ୍ତ୍ର ବିଚାରପତିଙ୍କ କାର୍ଯ୍ୟକାଳକୁ 6 ମାସ ବଢାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଖବର ଅନୁଯାୟୀ, ଚଳିତ ବର୍ଷ ସେପ୍ଟେମ୍ବର 30ରେ ଏହି ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ବିଚାରପତିଙ୍କ ଅବସର ସମୟ ସୀମା ପୂରଣ ହେଉଛି ।

2017ରେ ସ୍ବତନ୍ତ୍ର ସିବିଆଇ କୋର୍ଟ ବାବ୍ରି ମସଜିଦ ଭଙ୍ଗା ମାମଲାରେ 13 ଜଣ ବିଜେପି ନେତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.